ରିଲାଏନ୍ସ ଡିଜିଟାଲ୍ ପକ୍ଷରୁ ଡିଜିଟାଲ୍ ଇଣ୍ଡିଆ ସେଲ ଶୁଭାରମ୍ଭ ଘୋଷଣା

ରିଲାଏନ୍ସ ଡିଜିଟାଲ୍ ଜୁଲାଇ ୨୬ ରେ ଭାରତର ସର୍ବବୃହତ୍ ଇଲେକ୍ଟ୍ରୋନିକ୍ସ ସେଲ୍ - ଡିଜିଟାଲ୍ ଇଣ୍ଡିଆ ସେଲ ର ଆରମ୍ଭ କରିବାକୁ ଯାଉଛି । ଏହି ସେଲ୍ ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋରରେ ଲାଇଭ୍ ହେବ ଓ ଏହା ମଧ୍ୟ www.reliancedigital.in ରେ ଉପଲବ୍ଧ ହେବ । ଗ୍ରାହକମାନେ ବ୍ୟାପକଶ୍ରେଣୀୟ ଇଲେକଟ୍ରୋନିକ୍ ଆଇଟମ ଉପରେ ଅତୁଳନୀୟ ଡିଲ୍ ପାଇପାରିବେ ଓ ଏହା ସହିତ ଜୁଲାଇ ୨୨ ରୁ ଅଗଷ୍ଟ ୫, ୨୦୨୧ ମଧ୍ୟରେ ଏସବିଆଇ କ୍ରେଡିଟ୍ କାର୍ଡ଼ରେ ସର୍ବନିମ୍ନ ଟ.୧୦,୦୦୦/- ଟ୍ରାନ୍ଜାକ୍ସନରେ ଆଶ୍ୱସ୍ତ ୧୦% କ୍ୟାସବ୍ୟାକ୍ ଞ୍ଚ ସୁବିଧା ପାଇପାରିବେ । ସେମାନେ ମଧ୍ୟ ଏସବିଆଇ କ୍ରେଡିଟ୍ କାର୍ଡ଼ ଟ୍ରାନ୍ଜାକ୍ସନରେ ଟ.୫,୦୦୦/- ପର୍ଯ୍ୟନ୍ତ ସଂଚୟ କରିପାରିବେ । ଏହି ଅଫର ମଧ୍ୟ ଏସବିଆଇ କ୍ରେଡିଟ୍ କାର୍ଡ଼ ଇଏମଆଇ ଟ୍ରାନ୍ଜାକ୍ସନରେ ଉପଲବ୍ଧ ରହିଛି । ବ୍ୟାପକ ବର୍ଗ ଯଥା ଟେଲିଭିଜନ, ହୋମ୍ ଆପ୍ଲିଆନ୍ସେସ୍, ମୋବାଇଲ୍ ଫୋନ୍, ଲାପଟପ୍ ଓ ଆକ୍ସେସୋରିରେ ସ୍ୱତନ୍ତ୍ର ଅଫରମାନ ଉପଲବ୍ଧ ରହିଛି ।
ସ୍ମାର୍ଟଫୋନ୍ ବର୍ଗରେ, ଗ୍ରାହକମାନେ ଡିସକାଉଂଟ ଓ ଆକର୍ଷଣୀୟ କ୍ୟାସବ୍ୟାକ୍ ସୁବିଧା ପାଇପାରିବେ । ଜୁଲାଇ ୩୧ ପର୍ଯ୍ୟନ୍ତ ବଛା ବଛା ଫୋନ୍ କ୍ରୟ ଉପରେ ଦୁର୍ଘଟଣାଜନିତ କ୍ଷତି ଓ ଲିକ୍ୟୁଇଡ୍ କ୍ଷତି କଭରେଜ୍ ସୁବିଧା ରହିଛି । ଜୁଲାଇ ୨୮ ରେ ଶୁଭାରମ୍ଭ ପରେ ବହୁ ପ୍ରତୀକ୍ଷିତ ୱାନପ୍ଲସ୍ ନର୍ଡ଼୨ ସ୍ମାର୍ଟଫୋନ୍ ବିକ୍ରି ପାଇଁ ଉପଲବ୍ଧ ହେବ । ଏହା ସହିତ, କେତେକ ଲୋକପ୍ରିୟ ୱିରେବଲ୍ସ ଯଥା ଆପଲ୍ ୱାଚ୍ ସିରିଜ୍ ୬ ସେଲ୍ୟୁଲାର ୪୪ ମିମି ଓ ସାମସଙ୍ଗ ଗାଲାକ୍ସି ଆକ୍ଟିଭ୍ ୨ ଅତ୍ୟନ୍ତ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ ହେଉଛି । ବ୍ରାଣ୍ଡ ନ୍ୟୁ ସ୍ମାର୍ଟ ୱାଚ୍ ଫାୟାର-ବୋଲ୍ଟ ଏଜିଏନଆଇ ଏସପିଓ୨ ବୈଶିଷ୍ଟ୍ୟ ସହିତ ଡିଜିଟାଲ୍ ଇଣ୍ଡିଆ ସେଲରେ ସ୍ୱତନ୍ତ୍ର ଭାବରେ ଉପଲବ୍ଧ ହେବ ଯାହା ଟ.୨,୫୯୯/- ର ସ୍ୱତନ୍ତ୍ର ମୂଲ୍ୟରେ ମିଳିପାରିବ ।
ଲାପଟପ୍ ବର୍ଗରେ, ଗ୍ରାହକମାନେ ଟ.୧୪,୯୯୦/- ପର୍ଯ୍ୟନ୍ତ ଲାଭ ପାଇପାରିବେ, ଏହା ସହିତ ବ୍ୟାଙ୍କ କ୍ୟାସବ୍ୟାକ୍ ଓ ବ୍ରାଣ୍ଡ ୱାରେଂଟି ଅଫର ମଧ୍ୟ ରହିଛି । ଆସସ୍ ୧୦ମ ଜେନ୍ ଆଇ୫ ଗେମିଂ ଲାପଟପ୍ ସହିତ ୧୬ ଜିବି ରାମ୍ ଓ ୪ ଜିବି ଏନଭିଡିଆ ଜିଇଫୋର୍ସ ଜିଟିଏକ୍ସ ୧୬୫୦ ଗ୍ରାଫିକ୍ସ ସୁବିଧା ସ୍ୱତନ୍ତ୍ର ମୂଲ୍ୟ ଟ.୬୪,୯୯୯/- ରେ ମିଳିପାରିବ । ଆଉ ମଧ୍ୟ ମାକ୍ବୁକ୍ ପ୍ରୋ ଫ୍ଲାଟ ମୂଲ୍ୟ ଟ.୧,୧୨,୯୯୦/- ରେ ଉପଲବ୍ଧ ହେବ ଯେଉଁଥିରେ ଛାତ୍ର ଓ ଶିକ୍ଷକମାନଙ୍କ ପାଇଁ ଟ.୭୦୦୦/- ର ସ୍ୱତନ୍ତ୍ର ଏଚଡିଏଫସି କ୍ୟାସବ୍ୟାକ୍ ସୁବିଧା ରହିଛି । ଗ୍ରାହକମାନେ ମଧ୍ୟ ପତଳା ଓ ହାଲୁକା ଲାପଟପ୍ କିଣିପାରିବେ ଯାହାର ମୂଲ୍ୟ ଟ.୧୬,୯୯୯/- ରୁ ଆରମ୍ଭ ଅଟେ । ପତଳା ଓ ହାଲୁକା ଲାପଟପରେ ସ୍ୱତନ୍ତ୍ର ଡିଲ୍ କେବଳ ଜୁଲାଇ ୨୬ ଓ ୨୭ ରେ ଉପଲବ୍ଧ ରହିବ ।
ଇଲେକ୍ଟ୍ରୋନିକ୍ ଆଇଟମ ଗୁଡ଼ିକ ଉପରେ ମଧ୍ୟ ଆକର୍ଷଣୀୟ ଅଫର ଉପଲବ୍ଧ ରହିଛି । ୩୨” ସ୍ମାର୍ଟ ଟିଭି ଟ.୧୨,୯୯୦/- ର ପ୍ରାରମ୍ଭିକ ମୂଲ୍ୟରେ ମିଳିପାରିବ । ଡାଇରେକ୍ଟ-କୁଲ୍ ରେଫ୍ରିଜରେଟର ପ୍ରାରମ୍ଭିକ ମୂଲ୍ୟ ରହିଛି ଟ.୧୧,୯୯୦/- ଓ ଏହା ସହିତ ଟ.୧୯୯୯/-ର ମାଗଣା ସାମଗ୍ରୀର ଅଫର ରହିଛି । । ଟପ-ଲୋଡ୍ ୱାସିଂ ମେସିନର ପ୍ରାରମ୍ଭିକ ମୂଲ୍ୟ ରହିଛି ଟ.୧୩,୨୯୦/- ଓ ଏହା ସହିତ ଟ.୧୯୯୯/-ର ମାଗଣା ସାମଗ୍ରୀର ଅଫର ରହିଛି । ଆଉ ମଧ୍ୟ ଟ.୩,୪୯୮/- ମୂଲ୍ୟର ବ୍ରେକଫାଷ୍ଟ କମ୍ବୋ (ଏକ ସାଣ୍ଡୱିଚ ମେକର ଓ ଏକ ଇଲେକଟ୍ରିକ୍ କେଟିଲ୍) ସ୍ୱତନ୍ତ୍ର ମୂଲ୍ୟ ଟ.୧୧୯୯/- ରେ ଉପଲବ୍ଧ ହେବ ।
ଡିଜିଟାଲ୍ ଇଣ୍ଡିଆ ସେଲ୍ ଅନୁଭୂତିକୁ ସହଜିଆ ଫାଇନାନ୍ସ ଓ ଇଏମଆଇ ବିକଳ୍ପ ସହିତ ଆହୁରି ଆକର୍ଷଣୀୟ କରାଯାଇଛି । ଗ୍ରାହକମାନେ ମଧ୍ୟ ଇନଷ୍ଟା ଡେଲିଭରି (୩ ଘଂଟାରୁ କମ୍ ସମୟ ମଧ୍ୟରେ ଡେଲିଭରି) ଓ ନିକଟତମ ଷ୍ଟୋରରୁ ଷ୍ଟୋର ପିକ-ଅପ୍ ବିକଳ୍ପ ପାଇପାରିବେ । ସମସ୍ତ ଷ୍ଟୋର ଓ ଡେଲିଭରି ପାର୍ଟନରମାନେ ସମ୍ପୂର୍ଣ୍ଣ ଭାବରେ କୋଭିଡ-ସୁରକ୍ଷା ପଦକ୍ଷେପର ଅନୁପାଳନ କରୁଛନ୍ତି ଓ ଏହାର ଗ୍ରାହକ ତଥା କର୍ମଚାରୀଙ୍କ ପ୍ରତି ଯତ୍ନବାନ ରହିଛନ୍ତି ।
*ସମସ୍ତ ଅଫର ଓ ମୂଲ୍ୟରେ ସର୍ତ ଓ ବ୍ୟବସ୍ଥାବଳୀ ଲାଗୁ ହେବ ।
Powered by Froala Editor