ହିମସ୍ଖଳନରେ ୭ ଜଣଙ୍କ ମୃତ୍ୟୁ, ବରଫ ତଳେ ଅନେକ ଗାଡ଼ି
ଶ୍ରୀନଗର-ଲଦାଖ ମାର୍ଗରେ ଜୋଜିଲା ପାସ୍ ନିକଟରେ ଭୟାବହ ହିମସ୍ଖଳନ ଘଟିଛି । ଯେଉଁଥିରେ ୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ୧୦ ବର୍ଷର ଶିଶୁ ଅଛି । ହିମସ୍ଖଳନ ଯୋଗୁଁ ଶ୍ରୀନଗର -ଲେହ ଜାତୀୟ ରାଜପଥ ଶନିବାର ବନ୍ଦ ରଖାଯାଇଛି । କର୍ତ୍ତୃପକ୍ଷ ରାସ୍ତା ସଫା କରିବାକୁ ମାର୍ଗ ବନ୍ଦ ରଖିଛନ୍ତି । ଏଥିରେ ଅନେକ ନିଖୋଜ ଥିବାରୁ ଜମ୍ମୁ-କାଶ୍ମୀର ପୁଲିସ, ସେନା, ସିଆର୍ପିଏଫ୍, ଲଦାଖ ପୁଲିସ, ଏସ୍ଡିଆର୍ଏଫ୍ ଓ ପ୍ରଶାସନ ପକ୍ଷରୁ ନିଖୋଜଙ୍କୁ ଖୋଜିବାକୁ ପ୍ରୟାସ ଚାଲିଛି ।
ଶୁକ୍ରବାର ଅପରାହ୍ଣରେ ହିମସ୍ଖଳନ ଘଟିଥିିବାବେଳେ ଶ୍ରୀନଗର- ଲଦାଖ ମାର୍ଗରେ ୬ ଫୁଟ ଉଚ୍ଚରେ ବରଫ ଜମି ଯାଇଥିଲା । ବରଫ ତଳେ ଅନେକ ଗାଡ଼ି ଚାପି ହୋଇଯାଇଥିଲା । ହିମସ୍ଖଳନ ଯୋଗୁ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ଘର ଲଦାଖ ଓ କାଶ୍ମୀରରେ ବୋଲି ଜଣାପଡ଼ିଛି ।
Powered by Froala Editor