ଓଜନ କମାଇବାର ସହଜ ଉପାୟ
ଓଜନ ବୃଦ୍ଧି ପାଇବା ଏବେ ପ୍ରାୟ ଏକ ସାଧାରଣ କଥା ପାଲଟି ଗଲାଣି। ତେବେ ଏଥିପାଇଁ ଆମକୁ ଖାଦ୍ୟପେୟ, ବ୍ୟାୟାମ ଆଦି ଉପରେ ଗୁରୁତ୍ୱ ଦେବାକୁ ପଡିଥାଏ। ତେବେ ଏଭଳି ଏକ ଖାଦ୍ୟ ଅଛି ଯାହାକୁ ନିୟମିତ ଖାଇଲେ ଓଜନ କେତେକାଂଶରେ ନିୟନ୍ତ୍ରଣରେ ରହିଥାଏ। ତାହା କ’ଣ ଜାଣନ୍ତିି? ଗାଜର। ଏଥିରେ ଅନେକ ପ୍ରକାର ଉପକାରୀ ତତ୍ତ୍ୱ ଭରି ରହିଛି। ଏହାକୁ ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଅସ୍ଥି ମଜଭୂତ ରହିଥାଏ। ଗାଜରରେ ପୋଟାସିୟମ ଓ କ୍ୟାଲ୍ସିୟମର ମାତ୍ରା ମଧ୍ୟ ରହିଛି। ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା ହୃତ୍ପିଣ୍ଡ ପାଇଁ ମଧ୍ୟ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏଥିରେ ଫାଇବର ପ୍ରଚୁର ପରିମାଣରେ ରହିଛି। କଞ୍ଚା ଗାଜର ଖାଇବା ଦ୍ୱାରା ଦାନ୍ତ ଶକ୍ତ ହୋଇଥାଏ। ଏହା ଚର୍ମକୁ ସତେଜ ରଖିବା ସହ କେଶ ଝଡ଼ିବାକୁ ଦେଇ ନ ଥାଏ।
Powered by Froala Editor