ବନ୍ଦେ ଭାରତ ଯାତ୍ରୀଙ୍କ ଦହି ପ୍ୟାକେଟରେ ପୋକ, ୫୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ
ନୂଆଦିଲ୍ଲୀ : ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ଖାଦ୍ୟରୁ ଜିଅନ୍ତା ପୋକ ବାହାରିବା ପରେ ରେଳ ମନ୍ତ୍ରଣାଳୟ ପକ୍ଷରୁ କ୍ୟାଟେରିଂ ଦାୟିତ୍ବ ନେଇଥିବା ଆଇଆରସିଟିସି ଓ ଖାଦ୍ୟର ଟେଣ୍ଡର ନେଇଥିବା ଭେଣ୍ଡର (ସଂସ୍ଥା) ଉପରେ ଯଥାକ୍ରମେ ୧୦ ଓ ୫୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି। ଚଳିତମାସ ୧୫ରେ ସଂପୃକ୍ତ ଯାତ୍ରୀ ବନ୍ଦେ ଭାରତ ଏକ୍ସପ୍ରେସରେ ପାଟନାରୁ ଟାଟାନଗର ଯାତ୍ରା କରୁଥିଲେ। ତେବେ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟରୁ ପୋକ ବାହରିବା ପରେ ସେ କୋଚ୍ ଆଟେଣ୍ଡାଣ୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଆଟେଣ୍ଡାଣ୍ଟ ଜଣକ ଏହାକୁ କେଶର (ସାଫ୍ରନ) ବୋଲି କହି ଏଡାଇ ଦେଇଥିଲେ।
ଫଳରେ କ୍ଷୁବ୍ଧ ଯାତ୍ରୀ ଜଣକ ଉକ୍ତ ଖାଦ୍ୟର ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ। ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଗୁରୁତ୍ବର ସହ ଗ୍ରହଣ କରାଯାଇ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସଂପୃକ୍ତ ଯାତ୍ରୀଙ୍କୁ ଦିଆଯାଇଥିବା ଦହି ପ୍ୟାକେଟ ଏକ୍ସପାଏରୀ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ସାମାଜିକ ଗଣମାଧ୍ୟ ଉପଭୋକ୍ତାମାନେ ଏହି ଘଟଣାକୁ ତୀବ୍ର ସମାଲୋଚନା କରିଥିବାବେଳେ ଯାତ୍ରୀଙ୍କ ଖାଦ୍ୟ ପ୍ରତି ସତର୍କତା ଅବଲମ୍ବନ କରିବାକୁ ରେଳ ମନ୍ତ୍ରଣାଳୟକୁ ପରାମର୍ଶ ଦେଇଛନ୍ତି।
Powered by Froala Editor