ସିଗାରେଟ ଧୂଆଁ ନୁହେଁ, ଭୁଲ ବୁଝାମଣା
ରଣବୀର ସିଂହ ଓ ମାଧବନଙ୍କ ବ୍ଲକବଷ୍ଟର ଫିଲ୍ମ "ଧୁରନ୍ଧର-୨' ସଫଳତାର ପାହାଚ ଚଢି ଚାଲିଥିବା ବେଳୋ ଗୋଟିଏ ବିବାଦକୁ ନେଇ ଫସିଯାଇଛି । ଫିଲ୍ମର ଏକ ସିନକୁ ନେଇ ଶିଖ୍ ସଂପ୍ରଦାୟ କଡ଼ା ଆଭିମୁଖ୍ୟ ଆପଣାଇଛି । ଏପରିକି ମୁମ୍ବାଇ ମୁଲୁଣ୍ଡ ପୁଲିସ ଷ୍ଟେସନରେ ଏଫଆଇଆର ରୁଜୁ କରାଯାଇଛି । ମାମଲା ବୃଦ୍ଧିକୁ ଦେଖି ନିଜେ ଅଭିନେତା ଆର୍ ମାଧବନ ସୋସିଆଲ ମିଡ଼ିଆ ପୋଷ୍ଟ କରି ଲୋକଙ୍କୁ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି, କେମିତି ଗୋଟିଏ ଦୃଶ୍ୟକୁ ନେଇ ବିବାଦ ହେଉଛି, ଏଥିରେ ନା ତାଙ୍କ ହାତରେ ସିଗାରେଟ୍ ଥିଲା, ନା କି ସେହି ଫ୍ରେମରେ କେଉଁଠି ସିଗାରେଟର ଧୂଆଁ ନଜର ଆସୁଛି । ଏହା କେବଳ ଏକ ଭୁଲ ବୁଝାମଣା ବୋଲି ସେ କହିଛନ୍ତି ।
ଆର. ମାଧବନ ଭିଡିଓରେ ଫିଲ୍ମ ପ୍ରତି ପ୍ରଶଂସକଙ୍କ ଭଲପାଇବା ଦେଖି ଖୁବ୍ ଧନ୍ୟବାଦ ଜଣାଇଛନ୍ତି ଏବଂ କହିଛନ୍ତି - ମୁଁ ଜାଣିବାକୁ ପାଇଛି ଯେ, କିଛି ଲାକଙ୍କୁ ଏହା ଆଘାତ ଦେଇଛି ଯେ, ମୁଁ ସିଗାରେଟ୍ ଟାଣିବା ସମୟରେ ପବିତ୍ର ଗ୍ରନ୍ଥରୁ ପଂକ୍ତି ପାଠ କରୁଛି । ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ , ଏହା ସତ୍ୟ ନୁହେଁ; ଏହା ଏକ ଭୁଲ ବୁଝାମଣା ।"
ଆର୍ ମାଧବନ ନିଜର ବିବୃତ୍ତିରେ କହିଛନ୍ତି - ସେ ସିଗାରେଟ୍ ଠିକ୍ ଭାବରେ ଲିଭାଇ ଦେଇଥିଲେ ଏବଂ ପୂରା ଦୃଶ୍ୟରେ ତାଙ୍କ ମୁହଁରୁ ଧୂଆଁ ବାହାରୁ ହିଁ ନଥିଲା । ସେ ଆହୁରି କହିଛନ୍ତି - ଆମେ କାହାକୁ ଅଜାଣତରେ ମଧ୍ୟ କାହାକୁ ସମସ୍ୟାରେ ପକାଇବାକୁ ଚାହୁଁ ନାହୁଁ ।
Powered by Froala Editor