ବକ୍ସ ଅଫିସରେ ‘ଧୁରନ୍ଧର: ଦି ରିଭେଞ୍ଜ’ କ୍ରେଜ୍
‘ଧୁରନ୍ଧର: ଦି ରିଭେଞ୍ଜ’ ପାଇଁ ପ୍ରବଳ ଉତ୍ସାହ ରହିଛି । ଫିଲ୍ମ ‘ଧୁରନ୍ଧର: ଦି ରିଭେଞ୍ଜ’ ଆସିବା ମାତ୍ରେ ବକ୍ସ ଅଫିସ୍ ଦଖଲ କରିଛି। ବହୁତ ପ୍ରଚାର ପରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ପାଇଁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ଶୀର୍ଷରେ ଅଛି। ଏହାର ପ୍ରମାଣ ହେଉଛି ଏହା ମୁକ୍ତିଲାଭର ମାତ୍ର ଦୁଇ ଦିନରେ ୨୦୦ କୋଟିରୁ ଅଧିକ ରୋଜଗାର କରିଛି।
‘ଧୁରନ୍ଧର: ଦି ରିଭେଞ୍ଜ’ ପେଡ୍ ପ୍ରିଭ୍ୟୁରୁ ୪୩ କୋଟି ଟଙ୍କା ରୋଜଗାର କରିବାରେ ପ୍ରଥମ ଥିଲା।ଏହା ପରେ, ଏହି ସ୍ପାଇ ଆକ୍ସନ୍ ଥ୍ରୀଲର୍ ରିଲିଜ୍ ହେବାର ପ୍ରଥମ ଦିନରେ ୧୦୨.୫୫ କୋଟି ଟଙ୍କା ରୋଜଗାର କରିଥିଲା। ଦ୍ୱିତୀୟ ଦିନରେ, ଫିଲ୍ମଟି ୮୦.୭୨ କୋଟି ଟଙ୍କା କଲେକ୍ସନ କରିଥିଲା। ଏହା ସହିତ, ଭାରତରେ ଏହାର ଦୁଇ ଦିନିଆ ନେଟ୍ ଆୟ ୨୨୬.୨୭ କୋଟି ଟଙ୍କାରେ ପହଞ୍ଚିଛି।
ଅନ୍ଯପଟେ ଏହାରି ଭିତରେ କେବେ ଏହାର ତୃତୀୟ ଭାଗ ଆସିବ ବୋଲି ନେଇ ଆଲୋଚନା ଆରମ୍ଭ ହୋଇସାରିଲାଣି। ତେବେ ଭାଗ ତିନି ବାବଦରେ କିଛି ସୂଚନା ମିଳିପାରେ ବୋଲି ଆଶା କରାଯାଉଛି।
Powered by Froala Editor