ବିଜେଡି ଡାକିଲା ରାଜନୈତିକ ବ୍ୟାପାର କମିଟି ବୈଠକ
ଭୁବନେଶ୍ଵର : ବିଜେଡି ଡାକିଲା ରାଜନୈତିକ ବ୍ୟାପାର କମିଟି ବୈଠକ । ଆଜି ସନ୍ଧ୍ୟାରେ ନବୀନ ନିବାସରେ ଏହି ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି। ଏହି ବୈଠକରେ ମୁଖ୍ୟତଃ ଦଳ ବିରୋଧୀ କାର୍ଯ୍ୟ କରି କ୍ରସ ଭୋଟିଙ୍ଗ କରିଥିବା ୬ ଜଣ ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ । ସୂଚନା ଅନୁସାରେ, ଏହି ବିଧାୟକମାନେ ଗତକାଲି ଦଳ ପକ୍ଷରୁ ଜାରି କରାଯାଇଥିବା ‘କାରଣ ଦର୍ଶାଅ’ ନୋଟିସର ଜବାବ ଦେଇଥିଲେ।
ବିଜେଡି ଶୃଙ୍ଖଳା କମିଟି ସେହି ଉତ୍ତରଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରିବା ପରେ ନିଜର ରିପୋର୍ଟ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଇଛି । ଆଜି ସନ୍ଧ୍ୟାରେ ହେବାକୁ ଥିବା ଏହି ଉଚ୍ଚସ୍ତରୀୟ ବୈଠକରେ ପିଏସି ସଦସ୍ୟମାନେ ସେହି ରିପୋର୍ଟ ଉପରେ ଆଲୋଚନା କରିବେ ।
Powered by Froala Editor