କଞ୍ଚାମାଲ ଅଭାବ ଯୋଗୁଁ ଔଷଧ ଉପରେ ପ୍ରଭାବ
ଯୁଦ୍ଧର ପ୍ରଭାବ ଏବେ ସିଧାସଳଖ ଭାରତର ଔଷଧ କ୍ଷେତ୍ର ଉପରେ ପହଞ୍ଚିଛି । କଞ୍ଚାମାଲ ଯୋଗାଣରେ ବାଧା ପରେ, ବଜାରରେ ଏବେ ପାରାସିଟାମଲ, ଆମାକ୍ସିସିଲିନ, ମେଟଫର୍ମିନ ଏବଂ ଆଜିଥ୍ରାମାଇସିନ ଭଳି ସାଧାରଣତଃ ଆବଶ୍ୟକ ଔଷଧ ଉପରେ ପ୍ରଭାବ ପଡ଼ିଛି । ଆସୋସିଏସନ କହିଛି, ଏଗୁଡ଼ିକ ହେଉଛି ସେହି ଔଷଧ ଯାହା ପ୍ରତିଦିନ ଲକ୍ଷ ଲକ୍ଷ ରୋଗୀ ନିଅନ୍ତି ।
ଫାର୍ମା ଉଦ୍ୟାଗୀ ମହାସଂଘ ଚିଠି ଅନୁଯାୟୀ, ଔଷଧ ଉତ୍ପାଦନରେ ବ୍ୟବହୃତ କଞ୍ଚାମାଲ -ସକ୍ରିୟ ଔଷଧୀୟ ଉପାଦାନ ର ମୂଲ୍ୟ ମାତ୍ର ୮ ରୁ ୯ ଦିନ ମଧ୍ୟରେ ୨୦ଧ ରୁ ୬୦ଧ ବୃଦ୍ଧି ପାଇଛି । ଏହା ବ୍ୟତୀତ, ଔଷଧ ଉତ୍ପାଦନରେ ବ୍ୟବହୃତ ରାସାୟନିକ ଦ୍ରାବକ ଏବଂ ମଧ୍ୟବର୍ତ୍ତୀ ଦ୍ରବ୍ୟର ଯୋଗାଣ ଅନିୟମିତ ହାଇଛି, ଯାହା ଫଳରେ ଉତ୍ପାଦନ କାର୍ଯ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି । ଫଳସ୍ୱରୂପ ଉତ୍ପାଦନ ଚୁକ୍ତିନାମା କ୍ଷତିକାରକ ଚୁକ୍ତିରେ ପରିଣତ ହୋଇଛି ।
କେବଳ କଞ୍ଚାମାଲ ନୁହେଁ ବରଂ ପ୍ୟାକେଜିଂ ସାମଗ୍ରୀ – ଯେପରିକି କମ୍ପାଉଣ୍ଡ୍, ବୋତଲ, ଫିଲ୍ମ, ଆଲୁ-ଆଲୁ ଏବଂ ଫଏଲ୍ର ମୂଲ୍ୟ ମଧ୍ୟ ବହୁ ଗୁଣ ବୃଦ୍ଧି ପାଇଛି ।
Powered by Froala Editor