ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସଚିବ ନିଯୁକ୍ତ ହେଲେ ରବି ମିତ୍ତଲ
ଆଇଏଏସ ଅଧିକାରୀ ଡକ୍ଟର ରବି ମିତ୍ତଲଙ୍କୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । କେନ୍ଦ୍ର ସରକାର ଛତିଶଗଡ଼ କ୍ୟାଡରର ୨୦୧୬ ବ୍ୟାଚ୍ର ରବି ମିତ୍ତଲଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସଚିବ ଭାବରେ ନିଯୁକ୍ତି ଦିଆଯାଇଛି ।
ସେ ଦିଲ୍ଲୀର ପ୍ରତିଷ୍ଠିତ ମୌଲାନା ଆଜାଦ ମେଡିକାଲ କଲେଜରେ ତାଙ୍କର ଏମ୍ବିବିଏସ ପାଠ୍ୟକ୍ରମ ସମାପ୍ତ କରିଥିଲେ । ଡାକ୍ତରୀ ବୃତ୍ତିକୁ ପଛରେ ପକାଇ, ସେ ସିଭିଲ ସେବାର ପଥ ବାଛିଥିଲେ । ସେ ପୂର୍ବରୁ ଯଶପୁରର କଲେକ୍ଟର ଭାବରେ ନିଯୁକ୍ତ ଥିଲେ । ଡକ୍ଟର ମିତ୍ତଲ ମହାସମୁନ୍ଦ, ରାଇଗଡ଼ ଏବଂ ରାଇପୁର ଜିଲ୍ଲାରେ ପଞ୍ଚାୟତର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ଉଋଙ) ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଏହା ସହିତ ସେ ୨୦୧୮ରେ ବାଗିଚାର ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଝଊଗ) ଭାବରେ କାର୍ଯ୍ୟ କରିଥିଲେ । ଡକ୍ଟର ରବି ମିତ୍ତଲ ଜଣେ ତୃଣମୂଳ ସ୍ତରୀୟ ଅଧିକାରୀ ଭାବରେ ଖ୍ୟାତି ଅର୍ଜନ କରିଛନ୍ତି ।
Powered by Froala Editor