ଆକ୍ରମଣ ଦ୍ବାରା ଇରାନ ଆମକୁ ଯୁଦ୍ଧରେ ସାମିଲ ହେବାକୁ ଉସ୍କାଉଛି: ସାଉଦି ଆରବ
ରିୟାଦ୍: ଇରାନ ପକ୍ଷରୁ ସାଉଦି ଆରବ, କାତାର, ବାହାରିନ, କୁଏତ୍ ଭଳି ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଉପରେ ଆକ୍ରମଣ କରାଯାଉଥିବାରୁ ମଧ୍ୟପ୍ରାଚ୍ୟ ଯୁଦ୍ଧ କ୍ରମଶଃ ଊଗ୍ରରୂପ ଧାରଣ କରିବାରେ ଲାଗିଛି। ତେବେ ଏହି ଆକ୍ରମଣ ପରିପ୍ରେକ୍ଷୀରେ ସାଉଦି ଆରବ ପକ୍ଷରୁ ଇରାନକୁ କଡା ଚେତାବନୀ ଦିଆଯାଇଛି।
ସାଉଦି ବିଦେଶ ମନ୍ତ୍ରୀ ପ୍ରିନ୍ସ ଫୈଜଲ ବିନ୍ ଫରହାନ୍ ଅଲ୍ ସାଉଦ୍ କହିଛନ୍ତି ଯେ ଇରାନ ଆକ୍ରମଣକୁ ନେଇ ଆମର ଧୈର୍ଯ୍ୟଚ୍ୟୁତି ଘଟିଲାଣି। ଯଦି ଇରାନ ଆକ୍ରମଣ ବନ୍ଦ ନକରେ, ତେବେ ସାଉଦି ଆରବ ଏହି ଯୁଦ୍ଧରେ ସାମିଲ ହେବାକୁ ବାଧ୍ୟ ହେବ। ଇରାନ ପକ୍ଷରୁ ରିୟାଦସ୍ଥିତ ତୈଳ ଭଣ୍ଡାର ଉପରେ ଆକ୍ରମଣ ଜାରି ରହିଛି। ପୁନଶ୍ଚ ରିୟାଦରେ ଇସ୍ଲାମିକ ରାଷ୍ଟ୍ରର ବିଦେଶ ମନ୍ତ୍ରୀଙ୍କ ସମ୍ମିଳନୀ ଚାଲିଥିବାବେଳେ ଇରାନ ଚାରିଟି ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ କରିଛି। ସାଉଦି ଆରବ ଅବଶ୍ୟ ଆକାଶମାର୍ଗରେ ଏଗୁଡିକୁ ନଷ୍ଟ କରିଥିବାରୁ ବିଶେଷ କ୍ଷୟକ୍ଷତି ଘଟିନାହିଁ। ଏଭଳି ଆକ୍ରମଣ ଦ୍ବାରା ଇରାନ ଆମକୁ ଯୁଦ୍ଧରେ ସାମିଲ ହେବାକୁ ଉସ୍କାଉଛି ବୋଲି ଫୈଜଲ କହିଛନ୍ତି।
Powered by Froala Editor