ଜୟଦେବ ଜେନାଙ୍କୁ ମିଳିଲା ହତ୍ୟା ଧମକ
ଭୁବନେଶ୍ବର: ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ ମିଳିଛି। ଖଣି ମାଫିଆଙ୍କ ବିରୋଧରେ ସଭା କରିଥିବାରୁ ଧମକପୂର୍ଣ୍ଣ ମେସେଜ୍ ଆସୁଛି। ଅଭିଯୁକ୍ତଙ୍କୁ ଗିରଫ ସହ ନିଜ ସୁରକ୍ଷା ଦାବି କରିଛନ୍ତି ଜୟଦେବ। ଏନେଇ ସେ କେନ୍ଦୁଝର ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଏପରିକି ଏହି ଧମକକୁ ନେଇ ମୁଖ୍ୟମନ୍ତ୍ରୀ, ପୁଲିସ୍ ଡିଜି ଏବଂ କେନ୍ଦୁଝର ଏସପିଙ୍କୁ ମଧ୍ୟ ଜଣାଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି ।
Powered by Froala Editor