ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଜଣାଇଲେ ଈଦ ଶୁଭେଚ୍ଛା
ନୂଆଦିଲ୍ଲୀ: ରମଜାନର ପୂର୍ଣ୍ଣ ୩୦ ଦିନର ରୋଜା ଏବଂ ନମାଜ ପାଠ ପରେ ଗତକାଲି ଇଦର ଚାନ୍ଦ ଦେଖାଯାଇଥିଲା। ଆକାଶରେ ରଙ୍ଗୀନ ଆତସବାଜି ଦେଖିବାକୁ ମିଳିଥିବାବେଳେ ଶ୍ରଦ୍ଧାଳୁଙ୍କ ମୁହଁ ଖୁସିରେ ଝଲସି ଉଠିଥିଲା । ସେମାନେ ପରସ୍ପରକୁ ଆଲିଙ୍ଗନ କରି ଈଦର ଶୁଭେଚ୍ଛା ଜଣାଇଥିଲେ। ଆଜି ଜାମା ମସଜିଦ ଏବଂ ଫତେପୁରୀ ମସଜିଦ ସମେତ ସମସ୍ତ ଛୋଟ ଏବଂ ବଡ଼ ମସଜିଦ ସାରା ଦେଶରେ ଈଦ-ଉଲ-ଫିତର ପର୍ବକୁ ବହୁତ ଉତ୍ସାହର ସହିତ ପାଳନ କରାଯାଉଛି। ଆଜି ସକାଳେ ଲୋକମାନେ ଦିଲ୍ଲୀର ଜାମା ମସଜିଦରେ ନମାଜ ପାଠ କରିଛନ୍ତି।
ସେପଟେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଇଦ୍ ଅଲ୍-ଫିତରର ଅନେକ ଅନେକ ଅଭିନନ୍ଦନ।” “ଏହି ଦିନଟି ଭାଇଚାରା ଏବଂ କରୁଣାର ଭାବନାକୁ ଆହୁରି ମଜବୁତ କରୁ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଦେଶବାସୀଙ୍କୁ ଇଦ୍ ଉଲ୍-ଫିତରର ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପ୍ରକାଶିତ ଏକ ବାର୍ତ୍ତାରେ, ସେ ସମସ୍ତ ମୁସଲିମ୍ ସମ୍ପ୍ରଦାୟର ଲୋକଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଛନ୍ତି।
Powered by Froala Editor