୨୭୮୦ ଟଙ୍କା ଶସ୍ତା ହେଲା ସୁନା
ମଧ୍ୟପ୍ରାଚ୍ୟ ଯୁଦ୍ଧ ଘନଘଟାରେ ଶସ୍ତା ହୋଇଛି ସୁନା-ରୂପା । ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୨୭୮୦ ଟଙ୍କା କିମି ୧ ଲକ୍ଷ ୫୪ ହଜାର ୬୪୦ ଟଙ୍କା ହୋଇଛି । ଅନ୍ୟପଟେ ରୂପା ଦର ମଧ୍ୟ କମିଛି । ଭୁବନେଶ୍ୱରରେ ରୁପା ମୂଲ୍ୟ କିଲୋ ପ୍ରତି ୧୦ ହଜାର ଟଙ୍କା କମି ୨ ଲକ୍ଷ ୬୫ ହଜାର ଟଙ୍କା ରହିଛି । ବୁଧବାର ଦର ୨ଲକ୍ଷ ୭୫ହଜାର ଟଙ୍କା ରହିଥିଲା ।
ସୂଚନା ଯୋଗ୍ୟ ଯେ, ବୁଧବାର ସୁନା ଦର ୧ ଲକ୍ଷ ୫୭ ହଜାର ୪୨୦ ଟଙ୍କା ଥିଲା । ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି ୨୫୫୦ ଟଙ୍କା କିମି ୧ ଲକ୍ଷ ୪୧ ହଜାର ୭୫୦ ଟଙ୍କା ହୋଇଛି । ଯାହା ବୁଧବାର ୧ ଲକ୍ଷ ୪୪ ହଜାର ୩୦୦ ଟଙ୍କା ରହିଥିଲା । ବାରମ୍ବାର ସୁନା ଓ ରୂପା ଦରରେ ପରିବର୍ତ୍ତନ ହେଉଥିବାରୁ ଗ୍ରାହକମାନେ ସଠିକ୍ ଦର ବାବଦରେ ଜାଣିପାରୁନାହାନ୍ତି ।
Powered by Froala Editor