ଯୁଦ୍ଧ ଯୋଗୁ ଇଲାଷ୍ଟିକ ଗାର୍ମେଣ୍ଟ ଉତ୍ପାଦନ କମିବ
ଯୁଦ୍ଧ ଯୋଗୁ ଇଲାଷ୍ଟିକ ମୂଲ୍ୟରେ ୨୫ ପ୍ରତିଶତ ବୃଦ୍ଧି ହେବାକୁ ଯାଉଛି । ଏଥିଯୋଗୁ ଦେଶର ପ୍ରମୁଖ ଗାର୍ମେଣ୍ଟ ବଜାର ତିରୁପୁର ସମେତ ଅନ୍ୟ ସ୍ଥାନ ଗୁଡ଼ିକରେ ଉତ୍ପାଦନ ପ୍ରଭାବିତ ହେବ । କଞ୍ଚାମାଲ ଉପରେ ପ୍ରଭାବ ପଡିବା ଫଳରେ ଏଭଳି ସ୍ଥିତି ଉପୁଜିଛି । ଫଳରେ ଇଲାଷ୍ଟିକ ଅଭାବ ସମ୍ପୂର୍ଣ୍ଣ ଯୋଗାଣ ଚେନ୍କୁ ପ୍ରଭାବିତ କରିବ ।
ମୂଲ୍ୟବୃଦ୍ଧି ଯୋଗୁ ଉତ୍ପାଦନ ୫୦ ପ୍ରତିଶତ ଯାଏ କମାଇବା ନେଇ ତରୁପୁର ଇଲାଷ୍ଟିକ୍ସ ମାନୁଫାକ୍ଚର୍ସ ଏବଂ ଟ୍ରେଡର ଆସୋସିଏସନ ଘୋଷଣା କରିଛି । ସ୍ଥିତିରେ ଉନ୍ନତି ନ ଆସିଲେ ଉତ୍ପାଦନ ଚଳିତ ମାସ ୨୫ ପରେ ଠପ୍ ହୋଇଯିବ । ଏଭଳି ସମସ୍ୟା ଯୋଗୁ ଦେଶର ଅଣ୍ଡରଗାର୍ମେଣ୍ଟ ଶିଳ୍ପ ବଡ ମାତ୍ରାରେ କ୍ଷତିଗ୍ରସ୍ତ ହେବା ଆଶଙ୍କା କରାଯାଇଛି ।
ସୁରଟ, କୋଲକାତା ଏବଂ ତରୁପୁରରେ ଇଲାଷ୍ଟିକ୍ସ ଉତ୍ପାଦନ ହୋଇଥାଏ । ତରୁପରରେ ରହିଛି ୨୦୦ ୟୁନିଟ । ଏହି କ୍ଷେତ୍ରରେ ତିରୁପୁରରେ କେବଳ ୧୦ ହଜାର ଲୋକ କାମ କରୁଛନ୍ତି । ଉଭୟ ଘରୋଇ ଏବଂ ରପ୍ତାନିକୁ ମିଶାଇଲେ ପ୍ରାୟ ୧୦ ହଜାର କୋଟିର କାରବାର ହୋଇଥାଏ । ଏହି ଶିଳ୍ପ ଇଲାଷ୍ଟିକ ଏବଂ ଆସେସୋରିଜ ଉପରେ ନିର୍ଭରଶୀଳ । କଞ୍ଚାମାଲ ମାଲ୍ ଯେମିତି କି ରବର ମୂଲ୍ୟ ଏବଂ ସୂତା ଦର ୩୫ଧ ବଢ଼ିବା ଯୋଗୁ ସମସ୍ୟା ସୃଷ୍ଟି କରୁଛି । କିଲୋ ପିଛା ପଲିଷ୍ଟର ୧୩୭ ଟଙ୍କା ଯାଏ ବଢ଼ି ଗଲାଣି । ରବର ମୂଲ୍ୟ କିଲୋ ପିଛା ୨୦୦ ଟଙ୍କା ଛୁଇଁଛି । ଦିନକୁ ଦର ୬ରୁ ୭ ଟଙ୍କା ବଢ଼ୁଛି । ଫଳରେ ଏବେ ସ୍ଥିତା ସମ୍ଭାଳିବା ବଡ କଷ୍ଟକର ହୋଇଛି । ଯେଉଁଥିପାଇଁ ଗାର୍ମେଣ୍ଣ ଯୋଗାଣ ବାଧାପ୍ରାପ୍ତ ହେବ ।
Powered by Froala Editor