ରନ୍ଧନଗ୍ୟାସ୍ ଅଭାବ: ମେନ୍ୟୁ କାଟ୍ ଛାଟ୍
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତିରେ ଲୋକେ ବିପୁଳ ସଂଖ୍ୟାରେ ସିଲିଣ୍ଡର ଠୁଳ କରି କଳବଜାରୀ କରୁଛନ୍ତି । କୃତ୍ରିମ ଅଭାବ ସ୍ଥିତିରେ ଅନେକ ଶିଳ୍ପ ପ୍ରଭାବିତ ହୋଇଛି । ସବୁଠୁ ଅଧିକ ମାଡ଼ ଖାଇଛି ହୋଟେଲ ଏବଂ ରେସ୍ତାରାଁ ଶିଳ୍ପ ।
ଘରୋଇ ଏଲ୍ପିଜି ଯୋଗାଣ ଉପରେ ଜୋର ଦିଆଯାଉଥିବାବେଳେ ହୋଟେଲ ଏବଂ ରେସ୍ତୋରାଁଗୁଡ଼ିକୁ କମର୍ସିଆଲ ଏଲ୍ପିଜି ଯୋଗାଣ ବନ୍ଦ କରିଦିଆଯାଇଛି । ଅନେକ ସହରରେ ରେସ୍ତୋରାଁ ଏବଂ କ୍ଲାଉଡ୍ କିଚେନ୍ ଗ୍ୟାସ ଅଭାବ ସ୍ଥିତିର ସାମ୍ନା କରୁଛନ୍ତି । ଫଳରେ ସ୍ୱିଗି ଏବଂ ଜାମାଟୋ ଭଳି ଖାଦ୍ୟ ଡେଲିଭରୀ ପ୍ଲାଟ୍ଫର୍ମଗୁଡ଼ିକରେ ଅର୍ଡର ସଂଖ୍ୟା ହ୍ରାସ ପାଇଛି । ଏଭଳି ସ୍ଥିତିରେ ଅଧିକାଂଶ ହୋଟେଲ ବନ୍ଦ ହୋଇଯାଇଥିବାବେଳେ କିଛି ହୋଟେଲ ସେମାନଙ୍କ ମେନ୍ୟୁକୁ କାଟ୍ଛାଟ କରିଦେଲେଣି ।
ଜାମାଟୋ ଏବଂ ସ୍ୱିଗି ଭଳି ପ୍ଲାଟ୍ଫର୍ମଗୁଡ଼ିକରେ ଖାଦ୍ୟ ଡେଲିଭରି ୫୦ରୁ ୬୦ଧ ବାତିଲ ହେଉଛି । ଏଭଳି ସମୟରେ କେତେକ ଡେଲିଭରୀ ପାର୍ଟନର, ଯେଉଁମାନେ ପୂର୍ବରୁ ଅଧିକ ଡେଲିଭରି କରୁଥିଲେ, ସେମାନେ ଏବେ ଦିନରେ କେବଳ ୪ରୁ୫ଟି ଅର୍ଡର ଡେଲିଭରୀ କରୁଛନ୍ତି ।
ଡେଲିଭରି ରୋସ୍ତୋରାଁଙ୍କ କହିବାନୁସାରେ, ପୂର୍ବରୁ ସେମାନେ ଦିନକୁ ୩୦ଟି ଅର୍ଡର ଡେଲିଭର କରୁଥିଲେ । ଏବେ ତାହା ୫ରୁ ୧୦କୁ ହ୍ରାସ ପାଇଛି । କାରଣ ରେସ୍ତାରାଁଗୁଡ଼ିକ ମେନ୍ୟୁ ଛାଟ କରିଦେଇଛନ୍ତି । ରୁଟି, ଦୋସା ଏବଂ ପୁରି ଭଳି ଅଧିକ ଗ୍ୟାସ୍ ଖର୍ଚ୍ଚ କରୁଥିବା ଖାଦ୍ୟ ମେନ୍ୟୁରୁ ହଟିଯାଇଛି । ତେଣୁ ଲୋକେ ନିଜ ପସନ୍ଦର ଖାଦ୍ୟ ଅର୍ଡର କରିପାରୁନାହାନ୍ତି ।
Powered by Froala Editor