ରାଜ୍ୟଗୁଡିକୁ ୪୦,୦୦୦ ଲିଟର କିରାସିନି ଯୋଗାଇ ଦେବାକୁ ନିଷ୍ପତ୍ତି
ନୂଆଦିଲ୍ଲୀ: ଦେଶରେ ଏଲ୍ପିଜି ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ସରକାର ଏହାର ବିକଳ୍ପ ଇନ୍ଧନ ସ୍ବରୂପ ରାଜ୍ୟଗୁଡିକୁ ୪୦,୦୦୦ ଲିଟର କିରାସିନି ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ଯେ ଦେଶରେ ଏବେ ଏଲ୍ପିଜି ଯୋଗାଣ ବାଧାପ୍ରାପ୍ତ ହୋଇଛି। କାରଣ ଲୋକେ ଏଲପିଜିର ଅଭାବ ଦେଖାଯିବାର ଆଶଙ୍କାରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ସିଲିଣ୍ଡର ବୁକିଂ କରୁଛନ୍ତି। ଯଦ୍ବାରା ଏହାର ଯୋଗାଣ ବାଧାପ୍ରାପ୍ତ ହେଉଛି। ଦେଶରେ ଦୈନିକ ୫୦ଲକ୍ଷ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଣ କରାଯାଉଛି। ତେବେ କୌଣସି ବିତରକଙ୍କ ପାଖରେ ଏବେ ସିଲିଣ୍ଡର ଅଭାବ ନାହିଁ। ସୁଜାତା ଶର୍ମା କହିଛନ୍ତି ଯେ ଦେଶରେ ଆବଶ୍ୟକ ହେଉଥିବା ଏଲ୍ପିଜିର ୬୦% ବିଦେଶରୁ ଆମଦାନୀ ହୋଇଥାଏ। ଆଉ ଏହି ଆମଦାନୀର ୯୦% ହର୍ମୁଜ ପ୍ରଣାଳୀ ଦେଇ ଆମଦାନୀ ହୋଇଥାଏ। ତେଣୁ ଏହା ଏକ କଷ୍ଟକର ପରିସ୍ଥିତି। ପରିସ୍ଥିତିକୁ ମୁକାବିଲା କରିବା ଲାଗି ସରକାର ବିକଳ୍ପ ମାଧ୍ୟମକୁ ଆପଣାଉଛନ୍ତି।
Powered by Froala Editor