ନେତାଙ୍କ ଘରୁ ୫୫ ସିଲିଣ୍ଡର ଜବତ, ପ୍ରତି ସିଲିଣ୍ଡରକୁ ୨୦୦୦ ଟଙ୍କା ମୂଲ୍ୟରେ ବିକ୍ରି କରୁଥିଲେ
ନୂଆଦିଲ୍ଲୀ: ଦେଶରେ ଚାଲିଥିବା ଏଲପିଜି ସଙ୍କଟ ମଧ୍ୟରେ ଉତ୍ତର ପ୍ରଦେଶର ଜଣେ ନେତାଙ୍କ ଘରୁ ୫୫ଟି ସିଲିଣ୍ଡର ଜବତ ହୋଇଛି। ସମାଜବାଦୀର ନେତା ଅବଦୁଲ ରହମାନଙ୍କ ଘରୁ ସିଲିଣ୍ଡର ଜବତ।
ଖବର ଅନୁସାରେ ଏଲପିଜି ସିଲିଣ୍ଡର ଗଚ୍ଛିତ ରଖିବା ସୂଚନା ପାଇ ସ୍ଥାନୀୟ କର୍ତ୍ତୃପକ୍ଷ ହାପୁର ଜିଲ୍ଲାର ଅସୌରା ଗାଁରେ ଥିବା ରେହମାନଙ୍କ ଘରେ ଚଢାଉ କରିଥିଲେ। ରହମାନଙ୍କ ଘରୁ ୫୫ଟି ସିଲିଣ୍ଡର ଜବତ ହୋଇଥିବା ବେଳେ ରହମାନ ଏବେ ଫେରାର ହୋଇ ଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ରେହମାନ ପ୍ରତି ସିଲିଣ୍ଡରକୁ ୨୦୦୦ ଟଙ୍କା ମୂଲ୍ୟରେ ବିକ୍ରି କରୁଥିଲେ। ଅଭିଯୋଗ ପାଇ ହାପୁର ଦେହାତର ଷ୍ଟେସନ ହାଉସ୍ ଅଫିସର ଇନ୍ସପେକ୍ଟର ନୀରଜ ରେହମାନଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଅନୁଯାୟୀ ଚଢ଼ାଉ କରିବା ସହ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି।
Powered by Froala Editor