ଆଇସକ୍ରିମ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ଜଣେ ମୃତ, ୩ ଗୁରୁତର
ବ୍ରହ୍ମପୁର: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ତାଳପାଟଣା ଗାଁ ଛକରେ ଅଭାବନୀୟ ଘଟଣା ଘଟିଛି। ଏକ ଆଇସକ୍ରିମ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଏହି ଫ୍ୟାକ୍ଟ୍ରିରୁ ଶ୍ରମିକମାନେ ଆଇସକ୍ରିମ ବାହାର କରୁଥିବାବେଳେ ବିସ୍ଫୋରଣ ହୋଇଥିଲା ।
Powered by Froala Editor