ଅଲ୍ଲୁ ସିରିଶ ଓ ନୟନିକା ରେଡ୍ଡୀଙ୍କ ବିବାହ ସମ୍ପନ୍ନ
ନୂଆଦିଲ୍ଲୀ: ‘ପୁଷ୍ପା’ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଭାଇ ଅଲ୍ଲୁ ସିରିଶ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଅଲ୍ଲୁ ସିରିଶ ତାଙ୍କ ଦୀର୍ଘଦିନର ପ୍ରେମିକା ନୟନିକା ରେଡ୍ଡୀଙ୍କୁ ବିବାହ କରିଛନ୍ତି। ନ୍ୟୁଲି ୱେଡ୍ ଦମ୍ପତିଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ଉଭୟଙ୍କ ଫଟୋଗୁଡ଼ିକୁ ବହୁତ ପସନ୍ଦ କରୁଛନ୍ତି।
ଭାଇରାଲ ଫଟୋରେ ଅଲ୍ଲୁ ଅର୍ଜୁନ ତାଙ୍କ ପତ୍ନୀ ସ୍ନେହା ରେଡ୍ଡୀଙ୍କ ସହିତ ମଧ୍ୟ ପୋଜ୍ ଦେଉଥିବାର ଦେଖାଯାଇଛି। ମାର୍ଚ୍ଚ ୬ ତାରିଖରେ ସମ୍ପୂର୍ଣ୍ଣ ରୀତିନୀତି ସହ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି।
Powered by Froala Editor