ଆମେରିକା ଗଭୀର ଅନୁତାପ କରିବ: ବୈଦେଶିକ ମନ୍ତ୍ରୀ
ତେହରାନ: ଶ୍ରୀଲଙ୍କାର ଦକ୍ଷିଣ ଉପକୂଳରେ ଆମେରିକାର ବୁଡ଼ାଜାହାଜ ଆକ୍ରମଣ କରି ଏକ ଇରାନୀ ଜାହାଜକୁ ବୁଡ଼ାଇ ଦେଇଛି।
ଏହି ଆକ୍ରମଣ ପରେଭ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଆମେରିକାକୁ ଏକ ଖୋଲା ଚେତାବନୀ ଦେଇଛନ୍ତି। ଆବାସ ଆରାଘଚି ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ‘X’ରେ ଲେଖିଛନ୍ତି, ଆମେରିକା ଇରାନ ଉପକୂଳରୁ ୨୦୦୦ ମାଇଲ ଦୂରରେ ସମୁଦ୍ରରେ ଏକ ଜଘନ୍ୟ ଅପରାଧ କରିଛି। ସେ କହିଛନ୍ତି, ଭାରତୀୟ ନୌସେନାର ଅତିଥି ପ୍ରାୟ ୧୩୦ ଜଣ ନାବିକଙ୍କୁ ନେଇ ଯାଉଥିବା ଫ୍ରିଗେଟ ‘ଡେନା’ ଉପରେ ଅନ୍ତର୍ଜାତୀୟ ଜଳସୀମାରେ କୌଣସି ଚେତାବନୀ ବିନା ଆକ୍ରମଣ କରାଯାଇଥିଲା। ସେ ଆହୁରି କହିଛନ୍ତି, ‘ମୋର କଥା ମନେରଖ, ଆମେରିକା ଏହି କାର୍ଯ୍ୟ ପାଇଁ ଗଭୀର ଭାବରେ ଅନୁତାପ କରିବ।’
Powered by Froala Editor