ୟୁଟ୍ୟୁବ ବ୍ଲଗରଙ୍କୁ ଛୁରି ଭୁସି ହତ୍ୟା
ଭୁବନେଶ୍ଵର: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ଯୁବକ ରାହୁଲ ମହାରଣା ବୋଲି ଜଣାପଡିଛି । ସେ ଜଣେ ୟୁଟ୍ୟୁବ ବ୍ଲଗର। ରାତିରେ ୪ରୁ ୫ ଜଣ ରାହୁଲଙ୍କୁ ଛୁରି ଭୁସି ହତ୍ୟା କରିଥିବା ଜଣାପଡ଼ିଛି।
ରାହୁଲଙ୍କୁ ରକ୍ତ ଜଡ଼ୁଜୁଡ଼ୁ ଅବସ୍ଥାରେ ତୁରନ୍ତ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor