କେନାଲ ପାଣିରେ ବୁଡି ସ୍ଵାମୀ ମୃତ, ସ୍ତ୍ରୀ ଗୁରୁତର
ଅନୁଗୋଳ: କେନାଲରେ ଗାଧୋଇବା ହେଲା କାଳ, କେନାଲ ପାଣି ରେ ବୁଡି ସ୍ଵାମୀ ମୃତ, ସ୍ତ୍ରୀ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ପାଣିଓଳା ଗାଁରେ । ମୃତକ ପାଣିଓଳା ଗାଁର ପ୍ରସନ୍ନ ସାମଲ (୫୬) ବୋଲି ଜଣାପଡିଛି। ସ୍ତ୍ରୀ ବିଦୁଲତା ସାମଲ (୪୫) ଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସ୍ତ୍ରୀ ବିଦୁଲତା ସାମଲ କେନାଲରେ ଗାଧୋଉଥିବା ବେଳେ ସ୍ଵାମୀ ପ୍ରସନ୍ନ ସାମଲ କେନାଲ ଉପରେ ବସିଥିଲେ।
ସ୍ତ୍ରୀ ଗାଧୋଇବା ବେଳେ ବୁଡି ଯାଉଥିବା ଦେଖି ସ୍ଵାମୀ ସ୍ତ୍ରୀ ଙ୍କୁ ବଞ୍ଚାଇବା ପାଇଁ ଯାଇଥିବା ବେଳେ ଦୁହେଁ ବୁଡି ଯାଇଥିଲେ। ନିକଟରେ ଥିବା ମଠ ର ବାବା ଦେଖି ସଙ୍ଗେ ସଙ୍ଗେ ଡାକ ପକାଇଥିଲେ। ସ୍ଥାନୀୟବାସୀ ଆସି ଉଭୟଙ୍କୁ ଉଦ୍ଧାର କରିଥିଲେ। ସ୍ଵାମୀ ପ୍ରସନ୍ନଙ୍କୁ ଉଦ୍ଧାର କରି ତାଳଚେର ଚିକିତ୍ସାଳୟ କୁ ପଠାଇଥିଲେ। ଏବଂ ସ୍ତ୍ରୀ ବିଦୁଲତା ଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି। ଡାକ୍ତର ତାଳଚେର୍ ଚିକିତ୍ସାଳୟରେ ସ୍ଵାମୀ ପ୍ରସନ୍ନଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor