ପୁରୁଷ ବନ୍ଧୁଙ୍କ ଆଗରେ ଯୁବତୀଙ୍କ କପଡ଼ା ଚିରି ଉଲ୍ଲଗ୍ନ କଲେ ଅଭିଯୁକ୍ତ
ଭୁବନେଶ୍ୱର: ଶହୀଦନଗର ଥାନା ୟୁନିଟ୍-୯ ଆଦିବାସୀ ହଷ୍ଟେଲ ସମ୍ମୁଖ ଘଟଣା। ପୁରୁଷ ବନ୍ଧୁଙ୍କ ଆଗରେ ଯୁବତୀଙ୍କୁ ୫ଜଣ ଅଭିଯୁକ୍ତ ଅସଦାଚରଣ କରିବା ସହ କପଡ଼ା ଚିରି ଉଲ୍ଲଗ୍ନ କରିଥିଲେ। ସେତିକିରେ ଅଭିଯୁକ୍ତଙ୍କ ମନ ପୂରି ନ ଥିଲା। ପୁରୁଷ ବନ୍ଧୁଙ୍କୁ ଗୋଡ଼େଇ ମାଡ଼ ମାରି ଲହୁଲୁହାଣ କରିଥିଲେ। ଏନେଇ ଭୋଇ ନଗରରେ ରହୁଥିବା ଜଣେ ଯୁବତୀ ଶହୀଦନଗର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ କେସ୍ ନଂ-୧୧୪/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ହେଲେ ଅଭିଯୋଗ ହେବାର ୨୨ ଘଣ୍ଟା ପୂରି ଯାଇଥିଲେ ସୁଦ୍ଧା ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇନି। ଅସଦାଚରଣ ସହ ଆକ୍ରମଣ କରିଥିବା ଅଭିଯୁକ୍ତମାନେ ୟୁନିଟ୍-୯ ଅଞ୍ଚଳର ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏନେଇ ଶହୀଦନଗର ଥାନା ଅଧିକାରୀ ସୁଚିତ୍ରବୀରା ଦାଶ କହିଛନ୍ତି, ଖୁବ୍ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଦାଶ କହିଛନ୍ତି।
Powered by Froala Editor