ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା
ନୂଆଦିଲ୍ଲୀ : କର୍ଣ୍ଣାଟକ ରାଜନୀତି ନୂଆ ମୋଡ଼ ନେଇଛି । ବିଜେପିର ଲୋକପ୍ରିୟ ନେତା ବିଏସ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବେଶ କିଛିଦିନ ଧରି ତାଙ୍କର ଇସ୍ତଫା ନେଇ ଚର୍ଚ୍ଚା ହୋଇ ଆସୁଥିଲା । ତେବେ ୟେଦୁରପ୍ପାଙ୍କ ଗୋଷ୍ଠୀ ପ୍ରାଣପ୍ରଣେ ଲାଗିଥିଲେବି ଦଳର ହାଇକମାଣ୍ଡ ୟେଦୁରପ୍ପାଙ୍କୁ ହଟାଇବା ପାଇଁ ନିଷ୍ପତି ନେଇଥିଲେ ।
ବିଏସ ୟେଦୁରପ୍ପା ଏକ ନାଟକୀୟ ଢଙ୍ଗରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିନଥିବାରୁ କଂଗ୍ରେସ ଓ ଜେଡ଼ିଏସର ମିଳିତ ସରକାର ଗଠନ ହୋଇଥିଲା । କିନ୍ତୁ ପରେପରେ ୟେଦୁରପ୍ପା କ୍ଷମତା ଅକ୍ତିଆର କରିବାକୁ ନୂଆ ରଣନୀତି କରିଥିଲେ । କଂଗ୍ରେସ ଓ ଜେଡ଼ିଏସ ସରକାର ଭାଙ୍ଗିବା ପାଇଁ ସେହି ଦଳର କେତେକ ବିଧାୟକଙ୍କୁ ୟେଦୁରପ୍ପା ନିଜ ପଟକୁ ଆକର୍ଷିତ କରି ସଫଳ ବି ବି ହୋଇଥିଲେ । ବହୁ କଷ୍ଟରେ ସେ ସରକାର ଗଠନ କରିଥିଲେବି ଏବେ ନିଜ ଦଳ ହିଁ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଛି । ଯାହା ତାଙ୍କ ପାଇଁ ଏକ ଶକ୍ତ ଧକ୍କା ବୋଲି କୁହାଯାଉଛି ।
Powered by Froala Editor