ହାତୀ ଆକ୍ରମଣର ଶିକାର ହେଲେ ଦମ୍ପତି, ଚିକିତ୍ସାଳୟରେ ଭର୍ତ୍ତି
ଅନୁଗୁଳ: ଅନୁଗୁଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ସରପା ଗାଁରେ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଦମ୍ପତି ଗୁରୁତର ହୋଇଛନ୍ତି। ଉଭୟଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି। ଗୁରୁତର ମାନେ ହେଲେ ଭିକାରୀ ପାତ୍ର ଙ୍କ ପୁଅ ନିତ୍ୟାନନ୍ଦ ପାତ୍ର (୭୦) ଏବଂ ତାଙ୍କ ସ୍ତ୍ରୀ ଦୂର ପାତ୍ର (୬୦) ।
ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ସ୍ତ୍ରୀ ଦୂର ପାତ୍ର ଘର ନିକଟରେ ଥିବା ନାଳ କୁ ଗାଧୋଇବା ପାଇଁ ଯାଇଥିଲେ।କୌଣସି କାମ ପଡିବାରୁ ସ୍ଵାମୀ ନିତ୍ୟାନନ୍ଦ ପାତ୍ର ସ୍ତ୍ରୀ ଙ୍କୁ ଡାକିବାକୁ ଯାଇଥିଲେ। ସେହି ସମୟରେ ସେମାନେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଦମ୍ପତି ଙ୍କର ଚିତ୍କାର ଶୁଣି ପରିବାର ଲୋକେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ।
Powered by Froala Editor