ଅପରେଶନ ବେଳେ ସବୁଜ ଓ ନୀଳ ରଙ୍ଗର ଡ୍ରେସ୍ କାହିଁକି ପିନ୍ଧନ୍ତି ଡାକ୍ତର

ଡାକ୍ତରଖାନାରେ ଆପଣ ଡାକ୍ତରଙ୍କୁ ପ୍ରାୟ ସମୟରେ ସବୁଜ ରଙ୍ଗର ଡ୍ରେସ୍ ପିନ୍ଧିଥିବା ଦେଖିଥିବେ। ବିଶେଷ କରି କୌଣସି ଅପରେଶନ ସମୟରେ ଆପଣ ଡାକ୍ତରମାନଙ୍କୁ ନୀଳ କିମ୍ବା ସବୁଜ ରଙ୍ଗର ଡ୍ରେସ ପିନ୍ଧିଥିବା ଦେଖିଥିବେ। ଆପଣ କେବେ ଭାବିଛନ୍ତି କି, ଡାକ୍ତରମାନେ ଅପରେଶନ କଲାବେଳେ କାହିଁକି ସବୁଜ କିମ୍ବା ନୀଳ ରଙ୍ଗ ହିଁ ପିନ୍ଧନ୍ତି? ଲାଲ୍, କଳା , ହଳଦିଆ କି ଆଉ କୌଣସି ରଙ୍ଗ କାହିଁକି ନୁହଁ। ତେବେ ଆସନ୍ତୁ ଏ ସମ୍ପର୍କରେ ଜାଣିବା।
କୁହାଯାଏ ଯେ ପୂର୍ବରୁ ଡାକ୍ତରଙ୍କଠୁ ଆରମ୍ଭ କରି ଡାକ୍ତରଖାନାର ସମସ୍ତ କର୍ମଚାରୀ ଧଳା ରଙ୍ଗ ପିନ୍ଧୁଥିଲେ। କିନ୍ତୁ ୧୯୧୪ ମସିହାରେ ଜଣେ ପ୍ରଭାବଶାଳୀ ଡାକ୍ତର ଏହି ପାରମ୍ପାରିକ ପୋଷାକକୁ ସବୁଜ ରଙ୍ଗରେ ବଦଳାଇ ଦେଇଥିଲେ। ସେବେଠାରୁ ଏହା ଏକ ଟ୍ରେଣ୍ଡରେ ପରିଣତ ହୋଇଛି। ତେବେ କେତେକ ଡାକ୍ତର ନୀଳ ରଙ୍ଗର ପୋଷାକ ମଧ୍ୟ ପିନ୍ଧନ୍ତି। ତେବେ ଆପଣ ଦେଖିଥିବେ ଯେ ହସ୍ପିଟାଲରେ ଥିବା ପରଦାଗୁଡ଼ିକର ରଙ୍ଗ ମଧ୍ୟ ସବୁଜ କିମ୍ବା ନୀଳ ହିଁ ଥାଏ । ଏହା ବ୍ୟତୀତ ଡାକ୍ତରଖାନା କର୍ମଚାରୀଙ୍କ ପୋଷାକ ଏବଂ ମାସ୍କ ମଧ୍ୟ ସବୁଜ କିମ୍ବା ନୀଳ ରଙ୍ଗର ହିଁ ହୋଇଥାଏ । ତେବେ ଏଠି ପ୍ରଶ୍ନ ଉଠେ ଯେ ସବୁଜ କିମ୍ବା ନୀଳ ରଙ୍ଗରେ କଣ ଏମିତି ଖାସ ରହିଛି ଯେହା ଆଉ କୌଣସି ରଙ୍ଗରେ ନାହିଁ ?
‘ଟୁଡେ ସର୍ଜିକାଲ୍ ନର୍ସ’ର ୧୯୯୮ ମସିହାର ଏକ ରିପୋର୍ଟ ଅନୁଯାୟୀ, ଅସ୍ତ୍ରୋପଚାର ସମୟରେ ଡାକ୍ତରମାନେ ସବୁଜ ପୋଷାକ ପିନ୍ଧିବା ଏଥିପାଇଁ ଆରମ୍ଭ କରିଥିଲେ କାହିଁକିନା ଏହି ରଙ୍ଗ ଆଖିକୁ ଆରାମ ଦେଇଥାଏ। ଅନେକ ସସୟରେ ଆପଣ ଦେଖିଥିବେ ଯେବେବି ଆମେ କ୍ରମାଗତ ଭାବରେ ଗୋଟିଏ ରଙ୍ଗକୁ ଦେଖିଥାଉ । ଆମ ଆଖିକୁ ଏକ ଅଜବ ପ୍ରକାରର ଅନୁଭବ ହୁଏ। ସୂର୍ୟ୍ୟ କିମ୍ବା ଅନ୍ୟ କୌଣସି ଚକଚକିଆ ଜିନିଷକୁ ଦେଖିଲେ ମଧ୍ୟ ଆମ ଆଖି କ’ଣ ହୋଇଯାଏ। ହେଲେ ଏହାର ତୁରନ୍ତ ପରେ ଯଦି ଆମେ ସବୁଜ ରଙ୍ଗକୁ ଦେଖିବା, ତେବେ ଆମ ଆଖିକୁ ଆରାମ ମିଳିଥାଏ।
ଯଦି ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖାଯାଏ, ତେବେ ଆମ ଆଖିର ଜୈବିକ ଗଠନ ଏପରି ଭାବରେ ତିଆରି ହୋଇଛି ଯେ ସେମାନେ ଲାଲ, ସବୁଜ ଏବଂ ନୀଳ ରଙ୍ଗ ଦେଖିବାକୁ ସକ୍ଷମ ଅଟନ୍ତି। ଆଉ ଏହି ରଙ୍ଗଗୁଡ଼ିକର ମିଶ୍ରଣରେ ହିଁ ତିଆରି ହୋଇଥିବା ଅନ୍ୟ ଲକ୍ଷ ଲକ୍ଷ ରଙ୍ଗକୁ ମଣିଷର ଆଖି ଚିହ୍ନିପାରେ। କିନ୍ତୁ ଏହି ସମସ୍ତ ରଙ୍ଗ ତୁଳନାରେ ଆମ ଆଖି କେବଳ ସବୁଜ କିମ୍ବା ନୀଳ ରଙ୍ଗକୁ ହିଁ ଭଲ ଭାବେ ଦେଖିପାରେ । ଏଥି ପାଇଁ ହି ଏହି ଦୁଇ ରଙ୍ଗକୁ ଆଖି ପାଇଁ ଭଲ ବୋଲି କୁହାଯାଏ ।
ଆଉ ଏହା ହିଁ ସେହି କାରଣ ଯେଉଁଥିପାଇଁ ଡାକ୍ତରଖାନାରେ କର୍ମଚାରୀଙ୍କ ଡ୍ରେସରୁ ଆରମ୍ଭ କରି ପରଦା ପର୍ୟ୍ୟନ୍ତ ସବୁକିଛି ନୀଳ କିମ୍ବା ସବୁଜ ହିଁ ହୋଇଥାଏ। ? ଯାହା ଫଳରେ ଡାକ୍ତରଖାନାକୁ ଆସୁଥିବା ଓ ସେଠାରେ ଥିବା ସମସ୍ତ ରୋଗୀଙ୍କ ଆଖିକୁ ଆରାମ ମିଳେ।
Powered by Froala Editor