ଫେବ୍ରୁଆରୀ ସୁଦ୍ଧା ୪୦ କେଜି ୨୭୮ ଗ୍ରାମ ବ୍ରାଉନସୁଗାର ଜବତ, ୪୮୧ଜଣ ଗିରଫ
ଭୁବନେଶ୍ବର: ରାଜ୍ୟରେ ବ୍ରାଉନସୁଗାର ହବ୍ ପାଲଟିଛି ବାଲେଶ୍ୱର, ପୁରୀ, ଭୁବନେଶ୍ୱର ଓ ଜଗତସିଂହପୁର । ଆଜି ବିଧାନସଭାରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି ।
୨୦୨୫-୨୬ ଫେବ୍ରୁଆରୀ ସୁଦ୍ଧା ୪୦ କେଜି ୨୭୮ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏଥିରେ ମୋଟ ଗିରଫ ହୋଇଛନ୍ତି ୪୮୧ ଜଣ ବ୍ରାଉନସୁଗାର ବେପାରୀ । ୨୦୨୪-୨୫ ମସିହାରେ ୨୮ କେଜି ୫୭୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ୩୬୧ଜଣ ଗିରଫ କରାଯାଇଥିବା ମନ୍ତ୍ରୀ କହିଛନ୍ତି ।
Powered by Froala Editor