ଖାଲି ବଜେଟର କଳେବର ବୃଦ୍ଧି କରିଚାଲିଲେ ହୁଏ ନାହିଁ: ଭକ୍ତ
ଭୁବନେଶ୍ଵର: ଖାଲି ବଜେଟର କଳେବର ବୃଦ୍ଧି କରିଚାଲିଲେ ହୁଏ ନାହିଁ। ଯେଉଁ ସରକାର ଚଳିତ ଆର୍ଥିକବର୍ଷର ପ୍ରଥମ ୧୦ ମାସରେ ମୋଟ୍ ବ୍ୟୟବରାଦର ମାତ୍ର ୫୭ ପ୍ରତିଶତ ଖର୍ଚ୍ଚ କରିପାରିଛନ୍ତି, ସେ ସରକାର ଆସନ୍ତା ଆର୍ଥିକ ବର୍ଷ ପାଇଁ ୨୦ ହଜାର କୋଟିର ଅଧିକ ବ୍ୟୟବରାଦ କଲେ କିଛି ଖୁସି ହେବାର ନାହିଁ। ହାତୀ ଭଳି ବଜେଟ, ପିମ୍ପୁଡ଼ି ଭଳି ଖର୍ଚ୍ଚ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି। ମାତ୍ର ୨ଟି ବଜେଟରେ ଯେଉଁ ସରକାର ରାଜ୍ୟର ଋଣଭାରକୁ ୯୧ ହଜାର କୋଟି ଟଙ୍କାରେ ପହଞ୍ଚାଇଲେଣି ସେହି ସରକାରଙ୍କ ହାତରେ ରାଜ୍ୟବାସୀ ସୁରକ୍ଷିତ ତ। ବଜେଟର ଆକାର କେବଳ ୨ ଲକ୍ଷ ୯୦ ହଜାର କୋଟିରୁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ ବ୍ୟୟବରାଦର ମାତ୍ର ୫୭% ଖର୍ଚ୍ଚ ହୋଇଛି। ଆସନ୍ତା ୫ ସପ୍ତାହ ମଧ୍ୟରେ ଅବଶିଷ୍ଟ ୪୩% କିପରି ଖର୍ଚ୍ଚ କରିପାରିବେ ? ଏବେ ୧୨ଟି ରାଜ୍ୟରେ ବାର୍ଷିକ ମୁଣ୍ଡପିଛା ଆୟ ୩ ଲକ୍ଷ ଟଙ୍କା ଟପିଲାଣି। ଅଥଚ ଓଡ଼ିଶାରେ ଲୋକଙ୍କ ମୁଣ୍ଡପିଛା ଆୟ ମାତ୍ର ୧ ଲକ୍ଷ ୮୭ ହଜାର ଟଙ୍କା ବୋଲି ସେ ଦର୍ଶାଇଛନ୍ତି।
Powered by Froala Editor