୨ ବର୍ଷରେ ୧୩,୧୦୩ ଥର ଚଢ଼ଉ, ୯୩ କୋଟି ଟଙ୍କା ଜୋରିମାନା ଆଦାୟ
ଭୁବନେଶ୍ବର: ବାଲି ଚୋରାଚାଲାଣ ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ୨ ବର୍ଷରେ ୧୩,୧୦୩ ଥର ଚଢ଼ଉ କରାଯାଇ ୯୩ କୋଟି ଟଙ୍କାର ଜୋରିମାନା ଆଦାୟ କରାଯାଇଥିବା ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ବିଧାନସଭାରେ ସୂଚନା ଦେଇଛନ୍ତି। ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି, ଆର୍ଥିକ ବର୍ଷ ୨୦୨୫-୨୬ରେ ଗତ ମାସ ୩୧ ପର୍ଯ୍ୟନ୍ତ ୮୬୭୭ ଥର ଚଢ଼ଉ କରାଯାଇ ୪୪.୯୪ କୋଟି ଟଙ୍କା ଜୋରିମାନା ଆଦାୟ ହୋଇଛି।
Powered by Froala Editor