ଅପେରସନ୍ ବ୍ଲାକ ଫରେଷ୍ଟ-୨ ଆରମ୍ଭ: ନିପାତ ହେଲେ ୫ ମାଓବାଦୀ
ଭୁବନେଶ୍ବର: ନକ୍ସଲ ନିପାତ ପାଇଁ ଅପେରସନ୍ ବ୍ଲାକ ଫରେଷ୍ଟ-୨ ଆରମ୍ଭ ହୋଇଛି । ଏଥିରେ ଆଜି ୫ଜଣ ମାଓବାଦୀ ଟଳିପଡିଥିବା ଜଣାପଡିଛି । ଛତିଶଗଡ ଓ ତେଲଙ୍ଗାନା ସୀମାରେ ଥିବା କାରେଗୁଟ୍ଟା ଜଙ୍ଗଲରେ ଅପରେସନ୍ ଜାରି ରହିଛି । ବିପୁଳ ପରିମାଣରେ ବିସ୍ଫୋରକ ଜବତ ହେବା ସହିତ ୫ ମୃତକଙ୍କ ପରିଚୟ ମିଳିପାରିନି । ଅପେରସନ୍ ବ୍ଲାକ୍ ଫରେଷ୍ଟ-୨ରେ ୨ହଜାରରୁ ଅଧିକ ଯବାନ ସାମିଲ ହୋଇଛନ୍ତି । କାରେଗୁଟ୍ଟା ଜଙ୍ଗଲରେ ନକ୍ସଲ ମେଳି କରୁଥିବା ବେଳେ ଖବର ପାଇ ଯବାନ ମାନେ ଚଢାଉ କରିଥିଲେ । ଫଳରେ ଛତ୍ରଭଙ୍ଗ ଦେବାକୁ ପ୍ରୟାସ କରୁଥିବା ବେଳେ ମାଓବାଦୀଙ୍କୁ ନିପାତ କରିଥିଲେ ଯବାନ ।
Powered by Froala Editor