ଥାଇଲାଣ୍ଡରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା
ଭୁବନେଶ୍ବର: ଥାଇଲାଣ୍ଡରେ ଓଡ଼ିଆ ଶ୍ରମିକ ଫସି ରହିବା ଘଟଣା । ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି ।
ଶ୍ରମିକଙ୍କୁ ଉଦ୍ଧା କରିବା ପାଇଁ ବୈଦଶିକ ମନ୍ତ୍ରାଳୟକୁ ଚିଠି ଲେଖି ଅବଗତ କରାଯାଇଛି । ପ୍ରିନ୍ସପାଲ୍ ରେସିଡେଣ୍ଟ କମିଶନର ଓ ଲେବର କମିଶନରଙ୍କ ପକ୍ଷରୁ ଚିଠି ଲେଖାଯାଇଛି । ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଫେରାଇ ଆଣିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଥାଇଲାଣ୍ଡରେ ଫସି ରହିଛନ୍ତି କେନ୍ଦ୍ରାପଡ଼ାର ୫ ଓ ଭଦ୍ରକର ଜଣେ ଶ୍ରମିକ । ଅସହାୟ ହୋଇ ୬ଯୁବକ ଘରକୁ ଫେରିବା ଲାଗି ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ କରି ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି।
Powered by Froala Editor