ଚାଲିପାରିଲାନାହିଁ ପ୍ରଶ୍ନକାଳ: ୧୧ଟା ୩୦ ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଆଜି ତୃତୀୟ ଦିନ । ଆଜି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ମଣ୍ଡି ଅବ୍ୟବସ୍ଥା, ସରକାରଙ୍କ ଚାଷୀ ମାରଣା ନୀତି ବନ୍ଦ କର, କଟନୀ ଛଟନୀକୁ ନେଇ ଗୃହର ମଧ୍ୟ ଭାଗରେ ପୋଷ୍ଟର ଧରି ବିରୋଧୀ ସଦସ୍ୟମାନେ ନାରାବାଜି କରିଛନ୍ତି । ଉଭୟ କଂଗ୍ରେସ ଓ ବିଜେଡି ବିଧାୟକଙ୍କ ପ୍ରବଳ ହୋହଲ୍ଲା ଓ ନାରବାଜି ଯୋଗୁ ପ୍ରଶ୍ନକାଳ ଚାଲିପାରିଲାନାହିଁ । ବିଧାନସଭା ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ବାଚସ୍ପତି ସୁରମା ପାଢୀ ।
Powered by Froala Editor