ପଥର ଅତଡ଼ା ଧସି ପୋଲ ଭାଙ୍ଗିଲା, ୯ ମୃତ

ହିମାଚଳ ପ୍ରଦେଶର କିନ୍ନର ଜିଲ୍ଲାରେ ଘଟିଥିବା ଏକାଧିକ ଭୂସ୍ଖଳନରେ ଅତି କମରେ ୯ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି । ଏହାସହ ୪ ଜଣ ଲୋକ ଗୁରୁତର ହୋଇଛନ୍ତି ।ସୂଚନା ମୁତାବକ, ରବିବାର ଦିନ ୧.୩୦ ମିନିଟ୍ ସମୟରେ ପୋଲ ଉପରେ ଏକ ଟେମ୍ପୋରେ ୧୧ ଜଣ ଲୋକ ଯାଉଥିବା ବେଳେ ପାହାଡରୁ ବଡ ବଡ ପଥର ଖସି ପୋଲଟି ଭାଙ୍ଗିଯାଇଥିଲା । ଫଳରେ ଟେମ୍ପୋରେ ଥିବା ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଭାରତ-ତିବ୍ଦତୀୟ ସୀମା ପୋଲିସ ନିୟୋଜିତ କରାଯାଇଥିଲା। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କର ପରିଚୟ ମିଳିପାରି ନାହିଁ । ମୃତକଙ୍କ ପରିବାରକୁ ସହାୟତା ସହ ଆହତମାନଙ୍କ ଚିକିତ୍ସାର ସମସ୍ତ ବନ୍ଦୋବସ୍ତ ସରକାରୀ ସ୍ତରରେ କରାଯାଇଛି । ପ୍ରଧାନମନ୍ତ୍ରୀ ଦୁଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତ ମାନଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।
ବର୍ଷା କାରଣରୁ ମହାରାଷ୍ଟ୍ର, କର୍ଣ୍ଣାଟକ , ହିମାଚଳ ପ୍ରଦେଶ ଆଦି ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ଏହି କାରଣରୁ ଅଧା ମହାରାଷ୍ଟ୍ରରେ ଏବେ ବନ୍ୟା ପରିସ୍ଥିତି ଦେଖା ଦେଇଛି । ଅନେକ ସ୍ଥାନରେ ମାଟି ଅତଡା ଖସି ବହୁ ଲୋକଙ୍କର ଜୀବନ ଯାଇଛି । ଏହାସହ ବନ୍ୟାସ୍ଥଳରୁ ଲୋକଙ୍କୁ ଉଦ୍ଧାର କରିବାକୁ ବାୟୁସେନା, ସ୍ଥଳସେନା ସହ ରାଜ୍ୟମାନଙ୍କର ଉଦ୍ଧାରକାରୀ ଦଳ କାମରେ ଲାଗିଛନ୍ତି । ଜଣାଯାଇଛି ଯେ, ପର୍ଯ୍ୟଟକମାନେ ଦିଲ୍ଲୀ ଓ ଚଣ୍ଡିଗଡରୁ ହିମାଚଳ ପ୍ରଦେଶ ବୁଲିବାକୁ ଆସିଥିଲେ ।
Powered by Froala Editor