ବର୍ତ୍ତମାନ ସୁଦ୍ଧା ମଣ୍ଡିକୁ ଆସିଛି ୫୯ଲକ୍ଷ ୯୨ହଜାର ୮୭୪ମେଟ୍ରିକ ଟନ୍ ଧାନ
ଭୁବନେଶ୍ବର: ରାଜ୍ୟରେ ଆଜି ସୁଦ୍ଧା ଧାନ କିଣା ତଥ୍ୟ ଜାରି କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ସୁଦ୍ଧା ମଣ୍ଡିକୁ ୫୯ଲକ୍ଷ ୯୨ହଜାର ୮୭୪ମେଟ୍ରିକ ଟନ୍ ଧାନ ଆସିଛି । ୫୯ଲକ୍ଷ ୭୩ହଜାର ୫୫୨ମେଟ୍ରିକ ଧାନ କିଣା ହୋଇଛି । ସେଥି ମଧ୍ୟରୁ ୫୮ଲକ୍ଷ ୬ହଜାର ୪୩୨ମେଟ୍ରିକ ଟନ ଧାନ ଉଠା ହୋଇଛି । ୧ଲକ୍ଷ ୯୪ହଜାର ୮୪୬ ମେଟ୍ରିକ ଟନ ଧାନ ମଣ୍ଡିରେ ପଡି ରହିଛି । ଏବେ ୧୩ଲକ୍ଷ ୯୦ହଜାର ୯୭୮ ଚାଷୀ ଧାନ ବିିକ୍ରି କରିସାରିଛନ୍ତି । ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ୪ହଜାର ୪୫କୋଟି ଟଙ୍କାର ଇନପୁଟ ସବସିଡି ।
Powered by Froala Editor