ଗୃହ ମଧ୍ୟଭାଗରେ ଧାନ ରଖି ବିରୋଧୀଙ୍କ ହୋହଲ୍ଲା
ଭୁବନେଶ୍ବର: ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଧାନମଣ୍ଡି ସମସ୍ୟା ପ୍ରସଙ୍ଗକୁ ନେଇ ବିଜେଡି ଓ କଂଗ୍ରେସ ବିଧାୟକମାନେ ପ୍ରତିବାଦ କରିଥିଲେ । ଗୃହର ମଧ୍ୟଭାଗରେ ନାରାବାଜୀ ସହ ଧାନ ରଖି ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଥିଲେ । ମୁଣ୍ଡରେ ଧାନ ମୁଣ୍ଡାଇ ଗୃହକୁ ଆସିଥିଲେ ରୋମାଞ୍ଚ ରଞ୍ଜନ ବିଶ୍ୱାଳ । ରିପୋଟର ଟେବୁଲରେ ଧାନ ଥୋଇ ଅଭିନବ ଭାବେ ପ୍ରତିବାଦ କରିଥିଲେ । ଗୃହରେ ପ୍ରବଳ ହୋହଲ୍ଲା ଯୋଗୁଁ ପ୍ରଶ୍ନକାଳ ମାତ୍ର ୩ମିନିଟ ଚାଲିଥିଲା ।
Powered by Froala Editor