JEE ମେନ ୨୦୨୬ ରେଜଲ୍ଟ ପ୍ରକାଶ : ଭବେଶ ପାତ୍ର ଓଡ଼ିଶା ଟପ୍ପର
ଜେଇଇ ମେନ୍ ୨୦୨୬ ସେସନ-୧ ରେଜଲ୍ଟ ପ୍ରକାଶ ପାଇଛି । ଏଥିରେ ଭବେଶ ପାତ୍ର ଓଡ଼ିଶା ଟପ୍ପର ହୋଇଛନ୍ତି । ଗତ ଜାନୁଆରୀ ୨୧,୨୨, ୨୩,୨୪ ଓ ୨୮ରେ ହୋଇଥିବା ଜେଇଇ ମେନ୍ ର ରେଜଲ୍ଟ ପ୍ରକାଶ ପାଇଛି । ୧୩ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଜେଇଇ ମେନ୍ ସେସନ୍-୧ ଦେଇଥିଲେ। ୧୨ଜଣ ପରୀକ୍ଷାର୍ଥୀ ୧୦୦ ପର୍ସେଣ୍ଟାଇଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
୨୦୨୬ ମସିହାର JEE ମେନ୍ ପେପର୍ ୧ (ବିଇ/ବିଟେକ୍)ରେ ୧୨ ଜଣ ପ୍ରାର୍ଥୀ ୧୦୦ ଏନଟିଏ ସ୍କୋର ହାସଲ କରିଛନ୍ତି। ଏଥିରେ ଦିଲ୍ଲୀର ଶ୍ରେୟସ ମିଶ୍ର, ଆନ୍ଧ୍ର ପ୍ରଦେଶରୁ ନରେନ୍ଦ୍ର ବାବୁ ଗରୀ ମହିତ, ବିହାରରୁ ଶୁଭମ କୁମାର, ରାଜସ୍ଥାନରୁ କବୀର ଛିଲ୍ଲର, ରାଜସ୍ଥାନରୁ ଚିରଞ୍ଜିବ କର, ଓଡ଼ିଶାରୁ ଭବେଶ ପାତ୍ର, ହରିୟାଣାରୁ ଅନୟ ଜୈନ, ରାଜସ୍ଥାନରୁ ଅର୍ଣ୍ଣବ ଗୌତମ, ଆନ୍ଧ୍ର ପ୍ରଦେଶରୁ ପାସାଲା ମୋହିତ, ମହାରାଷ୍ଟ୍ରରୁ ମାଧବ ବିରାଡିଆ, ଗୁଜରାଟରୁ ପୁରୋହିତ ନିମୟ ଏବଂ ତେଲେଙ୍ଗାନାରୁ ବିଭାନ ଶରଦ ମାହେଶ୍ୱରୀ ସାମିଲ ଅଛନ୍ତି। ଏହା ବ୍ୟତୀତ, କେତେକ ରାଜ୍ୟର ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ୯୯.୯୯ ପ୍ରତିଶତରୁ ଅଧିକ ସ୍କୋର କରିଛନ୍ତି।
JEE ମେନ୍ ୨୦୨୬ ଫଳାଫଳ ଯାଞ୍ଚ କରିବାକୁ, ପ୍ରାର୍ଥୀ ମାନଙ୍କୁ ସରକାରୀ ୱେବସାଇଟ୍ jeemain.nta.nic.in ଭିଜିଟ୍ କରିବାକୁ ପଡିବ ଏବଂ ସେମାନଙ୍କର ଆବେଦନ ନମ୍ବର ଏବଂ ପାସୱାର୍ଡ ସହିତ ଲଗ୍ ଇନ୍ କରିବାକୁ ପଡିବ। ତା'ପରେ ସେମାନେ ସେମାନଙ୍କର ସ୍କୋରକାର୍ଡ ଡାଉନଲୋଡ୍ କରିପାରିବେ ।
ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ମୋଟ ୧୩୫୫୨୯୩ ଜଣ ପ୍ରାର୍ଥୀ ପଞ୍ଜିକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪୬୭,୮୧୭ ଜଣ ମହିଳା ଏବଂ ୮୮୭,୪୭୬ ଜଣ ପୁରୁଷ ଥିଲେ। ମୋଟ ୧,୩୦୪,୬୫୩ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ।
Powered by Froala Editor