ବିଜେଡି ବିଧାୟକମାନେ କକ୍ଷତ୍ୟାଗ ବେଳେ ଗୃହରେ ଉପସ୍ଥିତ ରହିଲେ ଏହି ଦୁଇ ବିଧାୟକ
ଭୁବନେଶ୍ବର: ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା । ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କ ଅଭିଭାଷଣକୁ ବିରୋଧ କରି ବିଜେଡି କକ୍ଷତ୍ୟାଗ କରିଥିଲା । ହେଲେ ଏହି ସମୟରେ ବିଧାୟକ ସନାତନ ମହାକୁଡ ଓ ଅରବିନ୍ଦ ମହାପାତ୍ର ଗୃହରେ ଉପସ୍ଥିତ ରହିଥିଲେ । ନିକଟରେ ବିଜେଡିରୁ ନିଲମ୍ବିତ ହୋଇଥିବାରୁ ଏହି ଦୁଇ ଜଣ ବିଧାୟକ ନୂଆ ଆସନରେ ବସିଥିବା ଦେଖିବାକୁ ମିଳିଥିଲା । ଯେତେବେଳେ ବିଜେଡି ବିଧାୟକ ମାନେ କକ୍ଷତ୍ୟାଗ କରିଥିଲେ ସେତେବେଳେ ଏହି ଦୁହେଁ କିନ୍ତୁ ଯାଇନଥିଲେ । ଗୃହରେ ଉପସ୍ଥିତ ରହିଥିଲେ ।
ତେବେ କକ୍ଷତ୍ୟାଗ ନକରିବା ନେଇ ପ୍ରତିକ୍ରିୟା ରଖି ଅରବିନ୍ଦ କହିଛନ୍ତି ଯେ ମୋତେ ଯାହା ଠିକ୍ ଲାଗିବ ତାହା କରିବି । ଆସନ ବଦଳିବାରେ କିଛି ଫରକ ପଡିବନି, ପାଟକୁରାବାସୀଙ୍କ ପ୍ରସଙ୍ଗ ଉଠାଇ ଦୃଷ୍ଟି ଆକର୍ଷଣ କରିବି । ରାଜ୍ୟପାଳଙ୍କ ଅଭିଭାଷଣ ଶୁଣିବାକୁ ଇଚ୍ଛା ଥିଲା, ତେଣୁ ଶୁଣିଲି । ନବୀନ ବାବୁଙ୍କ ସହ ଦେଖା ହୋଇଛି, ସମ୍ମାନ ଜଣାଇଲି ।
Powered by Froala Editor