ପ୍ରଣବଙ୍କ ଅଡ଼ୁଆ: ମାପଚୂପ ହେଲା ପନ୍ତୁରି ଫାର୍ମ ହାଉସ ଜମି
ଯାଜପୁର : ଜମି ଜବର ଦଖଲ ଅଭିଯୋଗ ପରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଅଡ଼ୁଆ ବଢ଼ିଛି। ପୁର୍ବରୁ ନୋଟିସ୍ ପରେ ଏବେ ସେହି ପନ୍ତୁରି ଫାର୍ମ ହାଉସ ଜମିର ମାପଚୁପ ଆରମ୍ଭ ହୋଇଛି। ଧର୍ମଶାଳା ତହସିଲ ପକ୍ଷରୁ ତିନି ଜଣ ରାଜସ୍ଵ ନୀରିକ୍ଷକ ଓ ବ୍ୟକ୍ତିଗତ ଅମିନ ଆଜି ପନ୍ତୁରି ଫାର୍ମ ହାଉସର ମାପଚୁପ କାମରେ ନିୟୋଜିତ ହୋଇଛନ୍ତି । ପୁର୍ବରୁ ଏହି ଜମିର କିଛି ଅଂଶ ସରକାରୀ ଜମି ଜବର ଦଖଲ ହୋଇଥିବାବେଳେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଙ୍କୁ ନୋଟିସ ହୋଇଥିଲା। ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସ ନିର୍ମାଣ କରାଯାଇଛି। ଫାର୍ମ ହାଉସ ଜମି ଭିତରେ ସରକାରୀ ଜମି ଥିବା ଅଭିଯୋଗ ହେବାପରେ ଧର୍ମଶାଳା ତହସିଲ ପକ୍ଷରୁ ତଦନ୍ତ କରାଯାଇ ତାଙ୍କୁ ଏକ ନୋଟିସ କରାଯାଇଥିଲା ।
Powered by Froala Editor