ରାଜ୍ୟରେ ଚାଷୀଙ୍କ ମୁଣ୍ଡ ପିଛା ଆୟ ବଢ଼ିଛି: ରାଜ୍ୟପାଳ
ଭୁବନେଶ୍ଵର: ଆଜିଠାରୁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଆରମ୍ଭ ରୁ ରାଜ୍ୟପାଳ ଅଭିଭାଷଣ ରଖିଛନ୍ତି। କହିଛନ୍ତି ରାଜ୍ୟରେ ଚାଷୀଙ୍କ ମୁଣ୍ଡ ପିଛା ଆୟ ବଢ଼ିଛି । ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ଦିଆଯାଉଛି। ଏଥିପାଇଁ ସମୃଦ୍ଧ କୃଷକ ଯୋଜନାରେ ୬ ହଜାର କୋଟି ଟଙ୍କା ବ୍ୟୟ କରାଯାଉଛି। ସିଏମ୍ କିଷାନ ଯୋଜନାରେ ଆୟ ବୃଦ୍ଧି ପାଇଁ ୨୦୨୦ କୋଟି ବ୍ୟୟ କରାଯାଉଛି। ୨୦୦୦-୦୧ରେ ୫୫.୩୫ ଲକ୍ଷ ମେଟ୍ରିକ ଟନ୍ ଥିବାବେଳେ ୨୦୨୪-୨୫ରେ ୧୫୦ ଲକ୍ଷ ମେଟ୍ରିକ ଟନ୍ ଫସଲ ଉତ୍ପାଦନ ହେଉଛି।
Powered by Froala Editor