୨ୟ ରାଉଣ୍ଡ ଜିତିଲେ ମୋନିକା ବାତ୍ରା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଭଲ ଖବର ଆସିବାରେ ଲାଗିଛି । ଆଜି ମୋନିକା ବାତ୍ରା ଟେବୁଲ ଟେନିସ ଦ୍ୱିତୀୟ ରାଉଣ୍ଡ ସିଙ୍ଗଲ ଜିତିଛନ୍ତି । ୫୭ ମିନିଟର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୟୁକ୍ରେନର ପେସୋସ୍କାଙ୍କୁ ହରାଇଥିବା ଜଣାଯାଇଛି । ପ୍ରଥମ ୨ ସେଟ ହାରି ବି ମୋନିକା ବାତ୍ରା ମ୍ୟାଚକୁ ୪-୩ ସେଟରେ ଜିତିଛନ୍ତି ।
ଅନ୍ୟପକ୍ଷରେ ଆଜି ଅଲିମ୍ପିକ୍ସ ବକ୍ସିଂ ଫ୍ଲାଇୱେଟ ପ୍ରଥମ ରାଉଣ୍ଡ ଜିତିଛନ୍ତି ମାରିକମ । ଫ୍ଲାଇୱେଟର ୪୮ରୁ ୫୧ ବର୍ଗରେ ମାରିକମ ଜିତିଥିବା ଜଣାଯାଇଛି । ଡୋମନିକା ରିପ୍ଲିକର ମିଗୁଲିନା ହର୍ଣ୍ଣାଣ୍ଡେଜ ଗ୍ରାସିଆଙ୍କୁ ମାରିକମ ହରାଇଛନ୍ତି । ୪-୧ରେ ହରାଇ ରାଉଣ୍ଡ ୧୬କୁ ମାରିକମ ଉନ୍ନୀତ ହୋଇଛନ୍ତି ।
Powered by Froala Editor