ବିବାହ ବାର୍ଷିକୀ ମନେଇବାକୁ ଯାଇଥିଲେ ସପରିବାର, ହୃଦଘାତରେ ଚାଲିଗଲା ଜୀବନ
ଭୁବନେଶ୍ବର: ପ୍ରାକୃତିକ ପରିବେଶ ମଧ୍ୟରେ ବିବାହ ବାର୍ଷିକୀ ମନେଇବାକୁ ଯାଇଥିଲେ ସପରିବାର। ହେଲେ ହୃଦଘାତରେ ଚାଲିଗଲା ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଖଣ୍ଡାଧାର ଜଳପ୍ରପାତରେ। ମୃତକ ହେଉଛନ୍ତି ରାଜଗାମପୁରର ରାଜେଶ କୁମାର ଗୁପ୍ତା। ସୂଚନା ମୁତାବକ, ପିଲା ଛୁଆଙ୍କ ସହ ସପରିବାର ମିଶି ବିବାହ ବାର୍ଷିକୀ ମନାଇବାକୁ ଗତକାଲି ଖଣ୍ଡାଧାର ଜଳପ୍ରପାତ ଯାଇଥିଲେ। ହଠାତ୍ ରାଜେଶ ଅସୁସ୍ଥ ଅନୁଭବ କରିବାରୁ ବଣାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟ ଘଟିଥିବା ଜଣାପଡିଛି ।
Powered by Froala Editor