ଆଗାମୀ ପଞ୍ଚାୟତ ନିର୍ବାଚନରେ ସମସ୍ତଙ୍କୁ ଏକାଠି ନେଇ କାମ ନକଲେ ଦଳ ପାଇଁ କ୍ଷତି ହୋଇପାରେ: ଦେବାଶିଷ ସାମନ୍ତରାୟ
ଭୁବନେଶ୍ବର: କଳିକେଶ ନାରାୟଣ ସିଂହ ଦେଓଙ୍କୁ ବିଜେଡି ନେତୃତ୍ୱ ଦେବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି ଯେ କଳିକେଶ ଜଣେ ଯୁବ ଦକ୍ଷ ନେତା, ତାଙ୍କ ପରିବାର ସହ ନବୀନଙ୍କର ଭଲ ସମ୍ପର୍କ । ନବୀନଙ୍କୁ କଳିକେଶ ଭେଟିବା ନୂଆ କଥା ନୁହେଁ, ଏକୁଟିଆ ନେତୃତ୍ୱ ନେଇପାରିବେନି । ବର୍ତ୍ତମାନ ସମସ୍ତଙ୍କୁ ସାଥିରେ ନେଇ ଯିବାର ଅଛି । ଦଳରେ କିଛି ନେତାଙ୍କୁ ବର୍ତ୍ତମାନ ଅଣଦେଖା କରାଯାଉଛି, କିନ୍ତୁ ସେମାନଙ୍କୁ ସାଥିରେ ନେବା ଉଚିତ । ଆଗାମି ପଞ୍ଚାୟତ ନିର୍ବାଚନରେ ସମସ୍ତଙ୍କୁ ଏକାଠି ନେଇ କାମ ନକଲେ ଦଳ ପାଇଁ କ୍ଷତି ହୋଇପାରେ ।
Powered by Froala Editor