କମିଲା ସୁନା ଦର, କେତେ ଅଛି ଜାଣନ୍ତୁ ?
ଭୁବନେଶ୍ବର: ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି, କମିଲା ସୁନା ଦର । ୨୪କ୍ୟାରେଟ ସୁନାର ଦାମ୍ ୧୦ଗ୍ରାମ୍ ପ୍ରତି ୨୬୨୦ଟଙ୍କା ହ୍ରାସ ପାଇ ୧ଲକ୍ଷ ୫୫ହଜାର ୯୩୦ଟଙ୍କାରେ ପହଞ୍ଚିଛି । ଗତକାଲି ୨୪କ୍ୟାରେଟ ସୁନାର ଦାମ୍ ୧ଲକ୍ଷ ୫୮ହଜାର ୫୫୦ଟଙ୍କା ରହିଥିଲା । ସେହିପରି ୨୨କ୍ୟାରେଟ ସୁନାର ଦାମ୍ ୨୪ଶହ ଟଙ୍କା ହ୍ରାସ ପାଇଛି । ୨୨କ୍ୟାରେଟ ସୁନାର ଦାମ୍ ୧ଲକ୍ଷ ୪୨ହଜାର ୯୫୦ ଟଙ୍କା ହୋଇଛି । ଗତକାଲି ଏହାର ଦାମ୍ ୧ଲକ୍ଷ ୪୫ହଜାର ୩୫୦ଟଙ୍କା ରହିଥିଲା ।
ଅନ୍ୟପଟେ ରୂପା ଦର ମଧ୍ୟ ହ୍ରାସ ପାଇଛି । ରୂପା ଦର ୧୫ହଜାର ଟଙ୍କା ହ୍ରାସ ପାଇ କିଲୋଗ୍ରାମ୍ ପିଛା ୨ଲକ୍ଷ ୮୦ହଜାରରେ ପହଞ୍ଚିଛି । ଗତକାଲି ରୂପା କିଲୋ ପିଛା ୨ଲକ୍ଷ ୯୫ହଜାର ଟଙ୍କା ରହିଥିଲା ।
Powered by Froala Editor