ରାଜଧାନୀରେ ବିଭିନ୍ନ ସ୍ଥାନରେ ରାସ୍ତାରୋକ
ଭୁବନେଶ୍ୱର: କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି ଆଜି ୧୨ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଉଛି । ଏହି ବନ୍ଦର ପ୍ରଭାବ ଓଡ଼ିଶାର ବିଭିନ୍ନ ସ୍ଥାନରେ ପଡଛି । ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ଛକରେ ଆନ୍ଦୋଳନକାରୀମାନେ ପିକେଟିଂ କରିବା ସହ ଗାଡିକୁ ଅଟକାଇଛନ୍ତି । ଆଇଗିଣୀଆ ଛକ, ମାଷ୍ଟରକ୍ୟାଣ୍ଟିନ, ଜୟଦେବ ବିହାର ଛକ, ବାଣୀବିହାର, ରାଜମହଲ ଛକରେ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଇଛି । ଏହାସହିତ ବରମୁଣ୍ଡା ବସ ଷ୍ଟାଣ୍ଡରେ ଗାଡି ଚଳାଚଳ ବନ୍ଦ ରହିଛି ।
ବିଭିନ୍ନ ସ୍ଥାନରେ ରାସ୍ତାରୋକ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ବିଭିନ୍ନ ସ୍ଥାନରେ ବସ୍ ଚଳାଚଳ ଠପ୍ ହୋଇଛି । ଭୁବନେଶ୍ୱର ଜୟଦେବ ବିହାର ଛକରେ ଏକ ବରଗାଡିକୁ ଅଟକାଇଥିଲେ ଆନ୍ଦୋଳନକାରୀ ।
Powered by Froala Editor