ଜିଲା ମୁଖ୍ୟ ଚିକିତ୍ସାଳୟ କିରାଣିଙ୍କ ଘରେ ଭିଜିଲାନ୍ସ ଚଢାଉ
ଭୁବନେଶ୍ୱର: ଅନୁଗୁଳ ଜିଲା ମୁଖ୍ୟ ଚିକିତ୍ସାଳୟର କିରାଣି ସୁବ୍ରତ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ସୁୁସୁଡା ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ ହୋଇଥିବା ସୂଚନା ମିଳିଛି । ଢେଙ୍କାନାଳ ବାଉଁଶପୋଖରୀ ପୈତୃକ ଘର ଓ ବଅଁରପାଳ ଶ୍ୱଶୁର ଘରେ ରେଡ୍ କରାଯାଇଛି । ଟଙ୍କା ହେରଫେର ମାମଲାରେ ସାଢେ ୩ମାସ ହେବ ନିଖୋଜ ହେବା ପରେ ଭିଜିଲାନ୍ସ ସୁବ୍ରତଙ୍କୁ ଗିରଫ କରିଛି ।
Powered by Froala Editor