ମୋର ଆଉ ନିର୍ବାଚନ ଲଢ଼ିବାର ଇଛା ନାହିଁ : ଖଣି ମନ୍ତ୍ରୀ
ଭୁବନେଶ୍ବର: ଖଣି ମନ୍ତ୍ରୀ ବିଭୂତି ଜେନା ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଆଉ ନିର୍ବାଚନ ଲଢ଼ିବେନି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ ନିଜେ ଆଉ ନିର୍ବାଚନ ନ ଲଢ଼ି ଯୁବବର୍ଗଙ୍କ ପାଇଁ ବାଟ ଛାଡ଼ିବେ ବୋଲି କହିଛନ୍ତି। ସେ ସୂଚନା ଦେଇ କହିଛନ୍ତି ଯେ ମୋର ଆଉ ନିର୍ବାଚନ ଲଢ଼ିବାର ଇଛା ନାହିଁ । ଆସନ୍ତା ବର୍ଷ ମୋତେ ୬୦ ବର୍ଷ ହେବ । କିନ୍ତୁ ସେ ଦଳ ନଛାଡିବା ନେଇ ମଧ୍ୟ ଏକ ପ୍ରକାର ସ୍ପଷ୍ଟ କରିଛନ୍ତି । ଆଗକୁ ଦଳ ଯେଉଁ ଦାୟିତ୍ୱ ଦେବ ମୁଁ ତାକୁ ସୁଚାରୁରୂପେ କରିବି ।
Powered by Froala Editor