ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ
ଖୋର୍ଦ୍ଧା: ହାତୀ ପାଇଁ ରାସ୍ତାରୋକ। ଦନ୍ତା ହାତୀ ଆକ୍ରମଣରେ ଆଜି ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ବନଖଣ୍ଡ ଟାଗିଂ ରେଜ ଜଂକିଆ ଥାନା ଅନ୍ତର୍ଗତ ଖଡିପଦର ଗାଁରେ। ମୃତକ ଖଡିପଦର ଗାଁର ଶଙ୍କର ରାଉତରାୟ ବୋଲି ଜଣାପଡିଛି। ଆଜି ଭୋର୍ ସମୟରେ ଶଙ୍କର ଏକ ସାଇକେଲ ଯୋଗେ ଖଡିପଦର ରାସ୍ତାରେ ଯାଉଥିବା ସମୟରେ ଦନ୍ତା ହାବୁଡରେ ପଡିଥିଲେ। ଦନ୍ତା ଶଙ୍କରକୁ ହଠାତ ଆକ୍ରମଣ କରିଥିଲା। ଦନ୍ତା ଆକ୍ରମଣରେ ଶଙ୍କରଙ୍କ ମୁଣ୍ଡ ଶରୀରରୁ ଅଲଗା ହୋଇଯାଇଥିଲା ।
Powered by Froala Editor