ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତର ଶେଷ ଦିନ ଆଜି
ଭୁବନେଶ୍ବର: ଆଜି ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତର ଅନ୍ତିମ ଦିନ। ଗତକାଲି ଶିମିଳିପାଳ ଗୁଡୁଗୁଡ଼ିଆ ଫରେଷ୍ଟ ରେଷ୍ଟ ହାଉସରେ ରାତ୍ରିଯାପନ କରିଛନ୍ତି ପ୍ରେସିଡେଣ୍ଟ ଦ୍ରୌପଦୀ ମୁର୍ମୁ । ଆଜି ସେଠାରୁ ବାହାରି ଗୁଡୁଗୁଡ଼ିଆ ଗ୍ରାଉଣ୍ଡକୁ ଯାଇ ଏକ ଟ୍ରାଇବାଲ କମ୍ୟୁନିଟି ଉଦଘାଟନ ପରେ ଅଞ୍ଚଳର ଆଦିବାସୀ ମହିଳା ଓ ଯୁବକଙ୍କ ସହ ଆଲୋଚନା କରିବେ।
ଏହା ପରେ ସେଠାରୁ ସେ ଭୁବନେଶ୍ବର ଫେରିବେ। ଭୁବନେଶ୍ବରରେ ଆୟୋଜିତ ବ୍ଲାକ ସ୍ବାନ୍ ସମ୍ମିଳନୀରେ ରାଷ୍ଟ୍ରପତି ଯୋଗଦେବେ । ଆସନ୍ତାକାଲି ଛତିଶଗଡ଼ ଅଭିମୁଖେ ବାହାରିବାର କାର୍ୟ୍ୟକ୍ରମ ରହିଛି ।
Powered by Froala Editor