Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, April 14, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ହର୍ମୁଜକୁ ଅବରୋଧ ପାଇଁ ବିଧ୍ୱଂସକ ଜାହାଜ ...

  • ଆମେରିକା ଓ ଇଣ୍ଡୋନେସିଆରେ ଶକ୍ତିଶାଳୀ ...

  • ଶ୍ରମିକମାନଙ୍କ ପାଇଁ ବଡ଼ ନିଷ୍ପତ୍ତି : ...

  • ଆଇଏମ୍‌ଡିର ପୂର୍ବାନୁମାନ : ଚଳିତ ବର୍ଷ ...

  • ଦରମା ବଢାଇବା ଦାବିରେ କର୍ମଚାରୀଙ୍କ ...

  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ...

  • ବଡ଼ ଧରଣର ପ୍ରଶ୍ନପତ୍ର ଲିକ୍ ଘଟଣା, ୧୫୯ ...

  • ନାରୀ ଶକ୍ତି ବନ୍ଦନ ସମ୍ମେଳନରେ ...

  • ଓଭରଟାଇମ୍ କଲେ ମିଳିବ ଦୁଇଗୁଣ ମଜୁରୀ

  • ୧୫ ଏପ୍ରିଲରୁ ଅମରନାଥ ଯାତ୍ରା ପଞ୍ଜିକରଣ

Home ›› ››ସୁଭଦ୍ରା ଯୋଜନା ମହିଳାଙ୍କ ଆର୍ଥିକ ବିକାଶରେ ଏକ ମହତ୍ତ୍ୱାକାଂକ୍ଷୀ ଯୋଜନା: ମୁଖ୍ୟମନ୍ତ୍ରୀ

ସୁଭଦ୍ରା ଯୋଜନା ମହିଳାଙ୍କ ଆର୍ଥିକ ବିକାଶରେ ଏକ ମହତ୍ତ୍ୱାକାଂକ୍ଷୀ ଯୋଜନା: ମୁଖ୍ୟମନ୍ତ୍ରୀ

2026-02-02 06:11:10
15271
Share:
Facebook
Twitter
E-Mail
WhatsApp
Telegram
ସୁଭଦ୍ରା ଯୋଜନା ମହିଳାଙ୍କ ଆର୍ଥିକ ବିକାଶରେ ଏକ ମହତ୍ତ୍ୱାକାଂକ୍ଷୀ ଯୋଜନା: ମୁଖ୍ୟମନ୍ତ୍ରୀ

ସୋନପୁର: ସୁବର୍ଣ୍ଣପୁର ଜିଲା ସଂସ୍କୃତି ସମ୍ପନ୍ନ। ଏହି ମାଟିରେ ସନ୍ଥକବି ଭୀମ ଭୋଇଙ୍କ ସମାଧି ପୀଠ ରହିଛି। ଯେଉଁ ସନ୍ଥଙ୍କ କାଳଜୟୀ ବାଣୀ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ…’ କେବଳ ରାଜ୍ୟ ଓ ଭାରତ କାହିଁକି; ଜାତିସଂଘର କେନ୍ଦ୍ରୀୟ ଗୃହରେ ଲିପିବଦ୍ଧ ହୋଇ ରହିଛି। ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡିୟମରେ ଅନୁଷ୍ଠିତ ଜିଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହା କହିଛନ୍ତି। ଜିଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୨୭୬ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି।

ଜିଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉଦ୍‌ଘାଟନ କରିବା ସହ ସୁଭଦ୍ରା ଯୋଜନା ମହିଳାଙ୍କ ଆର୍ଥିକ ବିକାଶରେ ଏକ ମହତ୍ତ୍ୱାକାଂକ୍ଷୀ ଯୋଜନା ବୋଲି କହିଥିଲେ। ଜିଲାରେ ବର୍ତ୍ତମାନ ୬୧ ହଜାର ଲକ୍ଷପତି ଦିଦି ରହିଥିବା ବେଳେ ୨ ଶହ ମହା ଲକ୍ଷପତି ଦିଦି ରହିଛନ୍ତି। ଏହାକୁ ଆଗାମୀ ଦିନରେ ଆହୁରି ବୃଦ୍ଧି କରି ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ସେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୭୬ କୋଟି ଟଙ୍କାର ୫୮ଟି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ସହ ଶିଳାନ୍ୟାସ ଦେଇଥିଲେ। ସନ୍ଥ କବିଙ୍କ ସମାଧି ପୀଠର ବିକାଶ ପାଇଁ ୩୫ କୋଟି ଟଙ୍କାର ଆର୍ଥିକ ଅନୁଦାନ ଘୋଷଣା କରି ଏହି ଅର୍ଥରେ ଐତିହ୍ୟ ସଂରକ୍ଷଣ, ଭିତ୍ତିଭୂମିର ବିକାଶ ସହ ପାରିପାର୍ଶ୍ବିକ ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ। ଏଥିସହିତ ୯.୫୭ କୋଟି ଟଙ୍କା ବ୍ୟୟରେ ଡୁଙ୍ଗୁରିପାଲି ବ୍ଲକରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରାବାସ ଉଦ୍‌ଘାଟନ, ୩ କୋଟି ଟଙ୍କା ବ୍ୟୟରେ ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳରେ ଭିତ୍ତିଭୂମିର ବିକାଶ, ୫.୮୯ କୋଟିରେ ସୋନପୁର, ଡୁଙ୍ଗୁରିପାଲି, ମେଣ୍ଡା ଆଦି ଡେ କେୟାର ହେଲ୍‌‌ଥ ସେଣ୍ଟରର ଉନ୍ନତିକରଣ, ୬୮.୬୬କୋଟି ଟଙ୍କା ବ୍ୟୟରେ ଜିଲାର ବିଭିନ୍ନ ଅଞ୍ଚଳରେ ୩୫ କିମି ରାଜମାର୍ଗର ଉନ୍ନତିକରଣ, ୧.୬୫ କୋଟିରେ ଉଲୁଣ୍ଡା ଓ ବିନିକା ପ୍ରାଣୀଧନ ଚିକିତ୍ସାଳୟର ବିକାଶ, ୧୦.୨୮ କୋଟି ବ୍ୟୟରେ ଜିଲା ସଦର ମହକୁମା ସମେତ ବିଭିନ୍ନ ସହରାଞ୍ଚଳରେ ଥିବା କଲ୍ୟାଣ ମଣ୍ଡପ ଗୁଡ଼ିକର ଉଦ୍‌ଘାଟନ ଆଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଥିଲେ।

ସେହିପରି ସୋନପୁର ସହରରେ ଜଙ୍କ୍‌‌ସନ୍‌‌ ରାସ୍ତା ପାଇଁ ୪ କୋଟି, ଗାନ୍ଧୀ ଷ୍ଟାଡିୟମର ଆଲୋକୀକରଣ ସହ ଉନ୍ନତିକରଣ ପାଇଁ ୨୫.୨୫ କୋଟି ଓ ୨୩ କୋଟି ଟଙ୍କା ବ୍ୟୟରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଏକ ମୁକ୍ତାକାଶ ରଙ୍ଗମଞ୍ଚ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । 

କାର୍ଯ୍ୟକ୍ରମରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ୬୪ କୋଟି ଟଙ୍କା ବ୍ୟୟରେ ପାତାଳି ଶ୍ରୀକ୍ଷେତ୍ରରେ ଭବ୍ୟ ମନ୍ଦିର ନିର୍ମାଣ ହେବା ସହ ଆନୁସଙ୍ଗିକ ବିକାଶ କରାଯିବ ବୋଲି କହିଥିଲେ। ସୋନପୁର କଲେଜକୁ ସରକାରୀ ମାନ୍ୟତା, ରିଂ ରୋଡ୍‌‌ ନିର୍ମାଣ ଆଦି ପର୍ଯ୍ୟାୟ କ୍ରମେ କରାଯିବ ବୋଲି ସୂଚନା ଦେଇଥିଲେ।

ପ୍ରାରମ୍ଭରେ ଜିଲାପାଳ ଡ.ନୃପରାଜ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଜିଲାସ୍ତରୀୟ ଅଧିକାରୀଙ୍କ ସମେତ ଜିଲାର କୋଣ ଅନୁକୋଣରୁ ଆସିଥିବା ଶତାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ସାମିଲ ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଭୀମ ଭୋଇଙ୍କ ସମାଧି ପୀଠ ଖଲିଆପାଲିକୁ ଯାଇ ସେଠାରେ ମହିମା ମନ୍ଦିର ଦର୍ଶନ କରିବା ସହ ୨ କ୍ୱିଣ୍ଟାଲ ୧୨ କେଜି ୯ ଶହ ଗ୍ରାମ ଓଜନ କଂସା ନିର୍ମିତ ଏକ ଘଣ୍ଟିର ଉଦଖଘାଟନ କରିଥିଲେ। 

Powered by Froala Editor

Tags Cm

Related articles Odisha News Lens 4.1

  • ଶ୍ରମିକମାନଙ୍କ ପାଇଁ ବଡ଼ ନିଷ୍ପତ୍ତି : ମଜୁରୀ ୨୧% ବୃଦ୍ଧି ଘୋଷଣା
    ଦେଶ-ଦେଶାନ୍ତର

    ଶ୍ରମିକମାନଙ୍କ ପାଇଁ ବଡ଼ ନିଷ୍ପତ୍ତି : ମଜୁରୀ ୨୧% ବୃଦ୍ଧି ଘୋଷଣା

    13406
    Apr 14, 2026
  • ଆଇଏମ୍‌ଡିର ପୂର୍ବାନୁମାନ : ଚଳିତ ବର୍ଷ ସ୍ବାଭାବିକଠାରୁ କମ୍ ବର୍ଷା
    ଦେଶ-ଦେଶାନ୍ତର

    ଆଇଏମ୍‌ଡିର ପୂର୍ବାନୁମାନ : ଚଳିତ ବର୍ଷ ସ୍ବାଭାବିକଠାରୁ କମ୍ ବର୍ଷା

    15342
    Apr 13, 2026
  • ଆମେରିକା ଓ ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂମିକମ୍ପ
    ଦେଶ-ଦେଶାନ୍ତର

    ଆମେରିକା ଓ ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂମିକମ୍ପ

    15261
    Apr 14, 2026
  • ବଡ଼ ଧରଣର ପ୍ରଶ୍ନପତ୍ର ଲିକ୍ ଘଟଣା, ୧୫୯ ଗିରଫ
    ଦେଶ-ଦେଶାନ୍ତର

    ବଡ଼ ଧରଣର ପ୍ରଶ୍ନପତ୍ର ଲିକ୍ ଘଟଣା, ୧୫୯ ଗିରଫ

    14226
    Apr 13, 2026
  •  ଓଭରଟାଇମ୍ କଲେ ମିଳିବ ଦୁଇଗୁଣ ମଜୁରୀ
    ଦେଶ-ଦେଶାନ୍ତର

    ଓଭରଟାଇମ୍ କଲେ ମିଳିବ ଦୁଇଗୁଣ ମଜୁରୀ

    13537
    Apr 13, 2026
  • ଦରମା ବଢାଇବା ଦାବିରେ କର୍ମଚାରୀଙ୍କ ହିଂସାତ୍ମକ ରୂପ
    ଦେଶ-ଦେଶାନ୍ତର

    ଦରମା ବଢାଇବା ଦାବିରେ କର୍ମଚାରୀଙ୍କ ହିଂସାତ୍ମକ ରୂପ

    14784
    Apr 13, 2026
  • ହର୍ମୁଜକୁ ଅବରୋଧ ପାଇଁ ବିଧ୍ୱଂସକ ଜାହାଜ ମୁତୟନ କଲା ଆମେରିକା
    ଦେଶ-ଦେଶାନ୍ତର

    ହର୍ମୁଜକୁ ଅବରୋଧ ପାଇଁ ବିଧ୍ୱଂସକ ଜାହାଜ ମୁତୟନ କଲା ଆମେରିକା

    15479
    Apr 14, 2026
  • ୧୫ ଏପ୍ରିଲରୁ ଅମରନାଥ ଯାତ୍ରା ପଞ୍ଜିକରଣ
    ଦେଶ-ଦେଶାନ୍ତର

    ୧୫ ଏପ୍ରିଲରୁ ଅମରନାଥ ଯାତ୍ରା ପଞ୍ଜିକରଣ

    14603
    Apr 13, 2026
  • ନାରୀ ଶକ୍ତି ବନ୍ଦନ ସମ୍ମେଳନରେ ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦୀ କହିଲେ ଏହା
    ଦେଶ-ଦେଶାନ୍ତର

    ନାରୀ ଶକ୍ତି ବନ୍ଦନ ସମ୍ମେଳନରେ ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦୀ କହିଲେ ଏହା

    14187
    Apr 13, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଶ୍ରମିକମାନଙ୍କ ପାଇଁ ବଡ଼ ନିଷ୍ପତ୍ତି : ମଜୁରୀ ୨୧% ବୃଦ୍ଧି ଘୋଷଣା

    13406
    Apr 14, 2026
  • ଦେଶ-ଦେଶାନ୍ତର

    ଦରମା ବଢାଇବା ଦାବିରେ କର୍ମଚାରୀଙ୍କ ହିଂସାତ୍ମକ ରୂପ

    14784
    Apr 13, 2026
  • ଦେଶ-ଦେଶାନ୍ତର

    ୧୫ ଏପ୍ରିଲରୁ ଅମରନାଥ ଯାତ୍ରା ପଞ୍ଜିକରଣ

    14603
    Apr 13, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17416
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17473
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17827
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16301
    Apr 03, 2021

ବିଶେଷ

  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    15031
    Apr 13, 2026
  • ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ହୋଇଥାଏ ଏହି କ୍ଷତି

    15750
    Apr 12, 2026
  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14645
    Apr 11, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15625
    Apr 09, 2026
  • ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ

    14478
    Apr 08, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15331
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15063
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15565
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13862
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନାରୀ ଶକ୍ତି ବନ୍ଦନ ସମ୍ମେଳନରେ ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦୀ କହିଲେ ଏହା

    14187
    Apr 13, 2026
  • ବଡ଼ ଧରଣର ପ୍ରଶ୍ନପତ୍ର ଲିକ୍ ଘଟଣା, ୧୫୯ ଗିରଫ

    14226
    Apr 13, 2026
  • ଆଇଏମ୍‌ଡିର ପୂର୍ବାନୁମାନ : ଚଳିତ ବର୍ଷ ସ୍ବାଭାବିକଠାରୁ କମ୍ ବର୍ଷା

    15342
    Apr 13, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In