କାର ଧକ୍କାରେ ସ୍କ୍ରପିଓ ଚୁର୍ମାର୍, ଆଇଆଇସିଙ୍କ ସମେତ ୩ ଆହତ
ଭୁବନେଶ୍ବର: କାର୍ ଧକ୍କାରେ ପୁଲିସ ଗାଡ଼ି ଚୁର୍ମାର୍ ହୋଇଛି। ବାଲିଅନ୍ତା ଥାନା ଆଇଆଇସିଙ୍କ ସମେତ ୩ଜଣ ଆହତ ହୋଇଛନ୍ତି। ଏହି ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ଆଚାର୍ଯ୍ୟବିହାର ଛକରେ ଘଟିଛି । ପୁଲିସର ସ୍କ୍ରପିଓ ଗାଡ଼ିରେ ଥାନାଧିକାରୀ ଜୟଦେବ ବିହାର ଅଭିମୁଖେ ଯାଉଥିବାବେଳେ ଦ୍ରୁତବେଗରେ ଆସୁଥିବା ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା। ଦ୍ରୁତଗତି ଚାଳନା ଯୋଗୁଁ ଉକ୍ତ କାର୍ ପୁଲିସ ଗାଡ଼ିକୁ ଧକ୍କା ଦେଇଥିବା ଜଣାପଡ଼ିଛି। ଖବର ପାଇ ସହିଦନଗର ଥାନା ପୁଲିସ ପହଞ୍ଚି ଆହତ ଆଇଆଇସି ଓ କର୍ମଚାରୀଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନା ନେଇଥିଲା।
Powered by Froala Editor